କୁଆଡେ ଗଲେ ନୀଳାଦ୍ରିବିଜେର ମୁଖ୍ୟ ଖଳନାୟକ : ଦାମୋଦର ମହାସୁଆରଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା

36

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ସେବାୟତ ଦାମୋଦର ମହାସୁଆରଙ୍କ ନାଁରେ ରୁଜୁ ହେଉଛି ମାମଲା ପରେ ମାମଲା । ଜିଲ୍ଲାପାଳଙ୍କୁ ହତ୍ୟା ଧମକ, ଗଣମାଧ୍ୟମ ଉପରକୁ ଆକ୍ରମଣ, ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ପ୍ରସଙ୍ଗରେ ପୂର୍ବରୁ ମାମଲା ରୁଜୁ ହୋଇଥିବା ବେଳେ ଆଜି ଆଉ ଏକ ମାମଲା ରୁଜୁ ହୋଇଛି । ନୀଳାଦ୍ରି ବିଜେ ବେଳେ ରଥ ଉପରେ ଯୁବତୀ ଚଢିବା ପ୍ରସଙ୍ଗରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ ଜଣ ସେବାୟତଙ୍କ ନାଁରେ ମାମଲା ରୁଜୁ ହୋଇଛି । ଦାମୋଦର ମହାସୁଆର,ଜୟକୃଷ୍ଣ ମହାସୁଆର, ଇପସୀତ ପ୍ରତିହାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

ନିଲମ୍ବିତ ହେଲେ ଗିରଫ କେବେ ? ଏଭଳି ଏକ ପ୍ରଶ୍ନ ସାମ୍ନାକୁ ଆସିଛି । ନୀଳାଦ୍ରୀବିଜେର ମୁଖ୍ୟ ଖଳନାୟକ ଦାମୋଦର ମହାସୁଆରଙ୍କୁ ଖୋଜୁଛି ପୋଲିସ । ପ୍ରଶାସନକୁ ଖୋଲା ଚାଲେଂଜ ଦେଇଥିବା ଏହି ସେବାୟତଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ ଗଢିଛି ପୁରୀ ପୋଲିସ ।