ଫୋନରେ ଅଶ୍ଳୀଳ ଧମକ ଦେବାର ଅଭିଯୋଗ : ସୁନ୍ଦରଗଡ ବିଧାୟକଙ୍କ ନାଁରେ ମାମଲା ରୁଜୁ

29

କନକ ବ୍ୟୁରୋ : ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି । ଟାଙ୍ଗରପାଲି ବିଡିଓଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏହି ମାମଲା ରୁଜୁ କରିଛି । ବିଧାୟକ ଫୋନରେ ହତ୍ୟା ଧମକ ଦେଉଥିଲେ ବୋଲି ଗତକାଲି ଟାଙ୍ଗରପାଲି ବିଡିଓ ଅଭିଯୋଗ କରିଥିଲେ । ଏଥିସହ ଫୋନରେ ଅଶ୍ଲୀଳ ଧମକ ଦେଇଥିବା ବି ଅଭିଯୋଗ କରିଥିଲେ । ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ତାଙ୍କ ଲୋକଙ୍କୁ କାମ ନଦେଲେ ଜୀବନରେ ମାରିଦେବାକୁ ବିଧାୟକ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଦେଖନ୍ତୁ ଏହି ଭିଡିଓ :