ଆଫଗାନରେ ମହିଳାଙ୍କ ପ୍ରତି ବଢୁଛି ଯାତନା। ଏଣିକି କେବଳ ପ୍ରାଇମେରୀ ଯାଏଁ ପାଠପଢିବା ପାଇଁ ଝିଅମାନଙ୍କୁ ମିଳିବ ଅନୁମତି।

182

କନକ ବ୍ୟୁରୋ: ଆଫଗାନିସ୍ତାନରେ ପୁଣି ନିୟମ କଡ଼ାକଡ଼ି କଲା ତାଲିବାନ । ଆଫଗାନ ଝିଅମାନେ ଏବେ କେବଳ ପ୍ରାଇମେରୀ ଯାଏଁ ପାଠ ପଡିପାରିବେ । ପୂର୍ବରୁ ତାଲିବାନ ଝିଅମାନଙ୍କ କଲେଜପାଠ ପଢା ଉପରେ ବ୍ୟାନ ଲଗାଇଥିବାବେଳେ ଏବେ ପୁଣି ନୂଆ ଫରମାନ ଜାରି କରଛି । ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ଆଦେଶ ଜାରି କରିଛି । କେବଳ ସେତିକି ନୁହେଁ ଯେଉଁମାନେ ସ୍କୁଲ ଯିବେ ସେମାନେ ଇସଲାମିକ ନିୟମ ଅନୁସାରେ ପୋଷାକ ପରିଧାନ କରିବାକୁ ବାଧ୍ୟ । ଯେବେଠୁ ଆଫଗାନରେ ତାଲିବାନ ସରକାର ଆସିଛି ସେବେଠୁ ଏଠାରେ ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।

କ୍ରମଶଃ ମହିଳାଙ୍କ ଅଧିକାରକୁ ଶେଷ କରାଯାଉଛି । ଏହାକୁ ନେଇ ଅର୍ନ୍ତରାଷ୍ଟ୍ରୀୟ ମଞ୍ଚରେ ତାଲିବାନକୁ କଡ଼ା ସମାଲେଚେନା କରାଯାଉଛି । ଆଫଗାନକୁ କବଜା କରିବା ପରେ ତାଲିବାନ ଆଶ୍ୱସନା ଦେଇଥିଲା ଯେ ମହିଳାଙ୍କ ଅଧିକାର ହନନ କରାଯିବନି ବୋଲି କହିଥିଲା । ତାଲିବାନ କେବଳ ମହିଳାଙ୍କ ଶିକ୍ଷା ଅଧିକାରକୁ ଛଡାଉନି ବଂର ସେମାନଙ୍କ ରୋଜଗାର ବାଟରୁ ମଧ୍ୟ ଜୋରଜବରଦସ୍ତି ବାହାର କରୁଛି । ବିନା ପୁରୁଷରେ କୌଣସି ମହିଳା ପାର୍କ,ବଜାର ଯାଇପାରିବେନି । ଆଫଗାନରେ ତାଲିବାନର ବର୍ବରତାକୁ ରୋକିବା ପାଇଁ ୟୁଏନ ସମେତ ବିିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରରେ ଚାପ ପ୍ରୟୋଗ କରୁଛନ୍ତି । ଆଫଗାନକୁ ଆର୍ଥିକ ସହାୟତା ଦେବା ଉପରେ ରୋକ ଲଗାଇଛି ୟୁଏନ ।