ରିଲିଜ ହୋଇଛି ‘ବାର୍ ବାର୍ ଦେଖୋ’ର ଟ୍ରେଲର : ଲଭ ରୋମାନ୍ସରେ ସିଦ୍ଧାର୍ଥ-କ୍ୟାଟ୍ରିନା

57

ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ବାର୍ ବାର୍ ଦେଖୋ’ର ଟ୍ରେଲର ରିଲିଜ ହୋଇଯାଇଛି । ଡେବ୍ୟୁ ଡାଇରେକ୍ଟର ନିତ୍ୟା ମେହରାଙ୍କ ଦ୍ୱାରା ନିର୍ଦେଶିତ ବାର୍ ବାର୍ ଦେଖୋ ଏକ ରୋମାଂଟିକ୍ ଫିଲ୍ମ ଅଟେ । ଯାହାକୁ ଥରେ ଦେଖିଲେ ବାର୍ ବାର୍ ଦେଖିବାକୁ ମଧ୍ୟ ଇଛା ହେବ । ଫିଲ୍ମରେ ଲିଡ୍ ରୋଲରେ ସିଦ୍ଧାର୍ଥ ମାଲହୋତ୍ରା ଓ କ୍ୟାଟ୍ରିନା କୈଫ୍ ନଜର ଆସିବେ । ଟ୍ରେଲର ଦେଖି ଜଣାଯାଉଛି ଏ ଫିଲ୍ମ ଏମିତି ଜଣେ ବ୍ୟକ୍ତି ଉପରେ ଆଧାରିତ ଯାହାକୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଆଗୁଆ ଜଣାପଡିଯାଏ ।

film bar bar dekho - trailer relese

ଟ୍ରେଲର ଦିୟାଙ୍କ ( କ୍ୟାଟ୍ରିନା ) ସହ ଆରମ୍ଭ ହେଉଛି । ଏଥିରେ ଜୟ (ସିଦ୍ଧାର୍ଥ) ଦିୟାକୁ ପ୍ରପୋଜ କରୁଥିବାର ଦେଖିବାକୁ ମିଳୁଛି । ଦୁଇଜଣ ବିବାହ କରିବାକୁ ପ୍ଲାନିଂ କରୁଛନ୍ତି । କିନ୍ତୁ ବାହାଘର ଦିନ ଜୟ କୈାଣସି କାରଣ ଯୋଗୁଁ ଦିୟାକୁ ବାହା ହେବାକୁ ମନା କରିଦେଉଛି । ଏହିଭଳି ଭାବେ କାହାଣୀ ଗତିଶୀଳ ହେଉଛି । ଫିଲ୍ମରେ କ୍ୟାଟ୍ରିନା ଖୁବ୍ ସୁନ୍ଦର ଲାଗୁଛନ୍ତି । ସେ ଏହି ଫିଲ୍ମରେ କିଛି ବିକିନି ପିନ୍ଧା ସିନରେ ନଜର ଆସୁଛନ୍ତି ।

source- google.com

ଫିଲ୍ମ ମେକର କରଣ ଜୋହରଙ୍କ ଫିଲ୍ମ ବାର୍ ବାର୍ ଦେଖୋର ଟ୍ରେଲର ସିଦ୍ଧାର୍ଥ ନିଜର ଟ୍ୱୁଟରରେ ସେୟାର କରିଛନ୍ତି । ଫିଲ୍ମର ନିର୍ମାତା ରିତେଶ ସିଦ୍ଧବାନି , କରଣ ଜୋହର ଓ ଫରହାନ ଅଖତର । ନିର୍ଦେଶକ ନିତ୍ୟ ମେହରା । ଏହି ପ୍ରେମ କାହାଣୀ ଭିତ୍ତିକ ଫିଲ୍ମର ଏକାଧିକ ସୁଟିଂ ସ୍କଟ ଲ୍ୟାଣ୍ଡ , ବ୍ୟାଙ୍କଙ୍କ୍ ଓ ଦିଲ୍ଲୀରେ ହୋଇଛି । ଫିଲ୍ମଟି ୯ ଡିସେମ୍ବର ୨୦୧୬ ରେ ସିନେମା ଘରକୁ ଆସିବ ।