ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଖସିପଡ଼ିଲା ବାୟୁସେନାର ଲଢ଼ୁଆ ବିମାନ ! ଦୁର୍ଘଟଣାରେ ପାଇଲଟ୍ ଗୁରୁତର

38

କନକ ବ୍ୟୁରୋ : ମୟୁରଭଂଜ ଠାରୁ ଅଳ୍ପ ଦୂର ଓଡିଶା ଝାଡଖଣ୍ଡ ସୀମାରେ ଖସି ପଡିଲା ବାୟୁସେନାର ଲଢୁଆ ବିମାନ । ଆଜି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଅନ୍ତର୍ଗତ ସିରସା ନିକଟସ୍ଥ ସୁବର୍ଣ୍ଣରେଖା ନଦୀ କୂଳରେ ବାୟୁସେନା ବିଭାଗର ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇ ତଳକୁ ଖସିପଡ଼ିଛି । ସୂବର୍ଣ୍ଣରେଖା ନଦୀ ଟପୋଘାଟରେ ବିମାନଟି ଖସିପଡିଛି । ମହୁଲଡାଙ୍ଗରୀ ଗାଁ ପାଖରେ ବିମାନଟି ଖସିପଡିଥିବାବେଳେ ଗୁରୁତର ଆହତ ହୋଇଛନ୍ତି ପାଇଲଟ । ତାଙ୍କୁ ପହଡାଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛିି ।

ସୂଚନା ଅନୁସାରେ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ଖସି ପଡ଼ିଛି ବାୟୁସେବାରେ । ନଦୀଗର୍ଭ ବାଲି ଭିତରେ ପଶିଯାଇଛି ଲଢୁଆ ବିମାନ । ତେବେ ଆସନ୍ନ ଦୁର୍ଘଟଣାର ଆଭାସ ପାଇଁ ପାଇଲଟ୍ ଜଣକ ପାରାଚ୍ୟୁଟ୍ ଯୋଗେ ବାହାରି ଯାଇଥିଲେ । ତେବେ ଦୁର୍ଘଟଣା ପରେ ପାଇଲଟ୍ ଜଣକ ଗୁରୁତର ଆହତ ଅଛନ୍ତି । ତେବେ ଏହି ବିମାନଟି ରାଇରଙ୍ଗପୁର ପଟୁ ଆସିଥିଲା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବିମାନରୁ ପ୍ରଚୁର ମାତ୍ରାରେ ଧୁଆଁ ବାହାରୁଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ଅନୁମାନ କରାଯାଉଛି । ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିନାହିଁ । ହେଲିକ୍ୟାପ୍ଟରଟି ବାଙ୍ଗିରିପୋଷି ଠାରେ ଥିବା ବାୟୁସେନା ବିଭାଗର ବେଶ୍ କ୍ୟାମ୍ପରୁ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି  ।