ଦ କଶ୍ମୀର ଫାଇଲସ ବିବାଦକୁ ନେଇ ଫାରୁକ ଅବଦୁଲ୍ଲାଙ୍କ ପ୍ରତିକ୍ରିୟା: କହିଲେ, କଶ୍ମୀର ପଣ୍ଡିତଙ୍କ ପାଇଁ ଏବେ ବି କାନ୍ଦୁଛି ତାଙ୍କ ମନ 

260

କନକ ବ୍ୟୁରୋ: କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା, ବର୍ବରତା ଓ ପଳାୟନ କାହାଣୀକୁ ନେଇ ନିକଟରେ ରିଲିଜ ହୋଇଛି ଫିଲ୍ମ ଦ କଶ୍ମୀର ଫାଇଲସ । ଏହା ଭିତରେ ଜମ୍ମୁକଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସେ ସମୟରେ ଭୂମିକା କଣ ଥିଲା ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଘଟଣା ପାଇଁ ଫାରୁକ ଦାୟୀ ବୋଲି ଅଙ୍ଗୁଳି ଉଠିବା ପରେ ଫାରୁକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଫାରୁଖ କହିଛନ୍ତି ୧୯୯୦ ମସିହାରେ ଯାହା ଘଟିଥିଲା ତାହା ଏକ ଷଡଯନ୍ତ୍ର ଥିଲା  ଓ ବେଶ ଖରାପ ସମୟ ଥିଲା  ।

କଶ୍ମୀର ପଣ୍ଡିତଙ୍କ ପାଇଁ ତାଙ୍କ ମନ ଏବେ ବି କାନ୍ଦୁଛି । କଶ୍ମୀର ପଣ୍ଡିତ କଷ୍ମୀର ଫେରି ଯାଅନ୍ତୁ ବୋଲି ଚାହୁଁଛନ୍ତି । ସେମାନେ ଫେରିଲେ କଶ୍ମୀର ସମ୍ପୁର୍ଣ୍ଣ ହେବ ବୋଲି ଫାରୁକ କହିଛନ୍ତି । ଏହି ଷଡଯନ୍ତ୍ର ପାଇଁ କିଏ ଦାୟୀ ସେ କଥାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ ଆବଶ୍ୟକ । ତେବେ ଏହି ସମସ୍ତ ଘଟଣା ପାଇଁ ସେ ନୁହେଁ ଦିଲ୍ଲୀରେ ଶାସନ କରୁଥିବା ସରକାର ବୋଲି ଦାୟୀ କରିଛନ୍ତି । ଯଦି ତାଙ୍କ ବିରୋଧରେ ପ୍ରମାଣ ମିଳେ ତାଙ୍କୁ ଫାଶୀଖୁଂଟରେ ଝୁଲାଇ ଦେବେ ତାଙ୍କର ଆପତି ନାହିଁ ।