ପୌର ପ୍ରଚାରର ଶେଷ ଦିନରେ ମୈଦାନରେ ସିନେ ତାରକା । ଭୋଟ ମାଗିଲେ ଓଲିଉଡ ଷ୍ଟାର ।

196

କନକ ବ୍ୟୁରୋ : ପୌର ନିର୍ବାଚନର ଶେଷ ଦିନରେ ପ୍ରଚାର କରିଛନ୍ତି ଓଲିଉଡ ଷ୍ଟାର । ଭଦ୍ରକ ଧାମନଗର ଏନଏସି ଓ ପୌରାଞ୍ଚଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଶାଳ ରୋଡ ସୋ କରି ଥିବା ବେଳେ ବାଙ୍କିରେ ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସେହିପରି ଦେବଗଡରେ ବିଜେପି ପାଇଁ ଅଭିନେତ୍ରୀ ଏଲି ପାଢୀ ଓ ନବରଙ୍ଗପୁରରେ ବିଜେଡି ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ରିୟା ଦେ ।

ଶେଷ ଦିନରେ ପ୍ରଚାର କଲେ ଓଲିଉଡ ଷ୍ଟାର । ଭଦ୍ରକରେ ବର୍ଷା ପ୍ରିୟଦର୍ଶିନୀ, ବାଙ୍କୀରେ ସବ୍ୟ-ଅର୍ଚ୍ଚିତାଙ୍କ ପ୍ରଚାର । ପୌର ପ୍ରଚାରର ଶେଷ ଦିନରେ ପ୍ରଚାର ମୈଦାନରେ ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି ଓଲିଉଡ ଷ୍ଟାର । ଧାମନଗର ଏନଏସିରେ ବିଶାଳ ରୋଡ ସୋ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସେହିପରି ଭଦ୍ରକ ପୌରାଞ୍ଚଳରେ ମଧ୍ୟ ରୋଡ ସୋ କରି ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି ।

ସେପଟେ ବାଙ୍କିରେ ଓଲିଉଡ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ବାଙ୍କୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବାଇକ ରାଲି କରି ପ୍ରଚାର କରିଛନ୍ତି । ଏକ ଖୋଲା ଜିପରେ ପ୍ରଚାର କରି ଭୋଟ ମାଗିଛନ୍ତି, ଓଲିଉଡର ଏହି ଚର୍ଚ୍ଚିତ ଯୋଡି ।

ପୌର ପ୍ରଚାରର ଶେଷ ଦିନରେ ମୈଦାନରେ ସିନେ ତାରକା । ଭୋଟ ମାଗିଲେ ଓଲିଉଡ ଷ୍ଟାର । ସେପଟେ ଦେବଗଡ ପୌର ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜି ଭୋଟ ମାଗିଛନ୍ତି ଅଭିନେତ୍ରୀ ଏଲି ପାଢୀ । ପୌରାଞ୍ଚଳରେ ବାଇକ ରାଲି କରି ବିଜେପି ପ୍ରାର୍ଥୀଙ୍କ ପାଇଁ ସବୁ ୱାର୍ଡରେ ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି ଏଲି । ପୌର ନିର୍ବାଚନ ଜିଣିବାକୁ ଦେବଗଡ ବିଜେପି ସିନେ ତାରକାଙ୍କୁ ଆଣି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି ।

ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିଛନ୍ତି ଅଭିନେତ୍ରୀ ରିୟା ଦେ । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ଉମରକୋଟ ପୌରାଞ୍ଚଳରେ ଓଲିଉଡ ଷ୍ଟାର ରିୟା ଦେ ପ୍ରଚାର କରିଛନ୍ତି । ମୋଟର ସାଇକେଲ ରାଲିରେ ସମସ୍ତ ୱାର୍ଡ ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ସେପଟେ ବାଲେଶ୍ୱର ଜିଲ୍ଲା ସୋରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ସିନେ ତାରକା ଜିନା । ଘରକୁ ଘର ବୁଲି ସେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ପ୍ରଚାରର ଶେଷ ଦିନରେ ସିନେ ତାରକାଙ୍କୁ ଆଣି ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା କୌଶଳ ଆପଣେଇଛନ୍ତି ରାଜନୈତିକ ଦଳ ।