କନ୍ଧମାଳ ଫେକ୍ ଏନକାଉଂଟର ଘଟଣା : ୩୬ ଘଂଟା ପରେ ବି ପଡିରହିଛି ଖୋକା ଓ ଅଟୋ ,ଆତଙ୍କିତ ଲୋକେ

15

କନ୍ଧମାଳ : କେମିତି ଥିଲା ସେହି କାଳ ରାତିର କାହାଣୀ । ସୁରକ୍ଷାବାହିନୀଙ୍କ ଗୁଳିମାଡରେ କେମିତି ଟଳିପଡିଲେ ନିରୀହ ଆଦିବାସୀ । ବାଲିଗୁଡା ଗୁମୁଡୁମାହା ଜଙ୍ଗଲରେ ଆଜି ବି ପଡିରହିଛି ସେହି ଅଟୋ । ଯେଉଁଠି ଶେଷ ଯାତ୍ରା କରିଥିଲେ ନିରୀହ ଆଦିବାସୀ । ଘଟଣାକୁ ୩୬ ଘଂଟା ବିତି ଯାଇଥିଲେ ବି ଜଙ୍ଗଲ ଭିତରେ ପଡିରହିଥିବା ଅଟୋ ଓ ଖୋକା ବୟାନ କରୁଛି କାଳରାତିର ସେହି ଭୟଙ୍କର ମୃତ୍ୟୁକୁ ।