ସ୍କୁଲ ଡେଇଁନି, ପ୍ରୋଫାଇଲ୍‌‌‌ରେ ଡାକ୍ତରୀ ଛାତ୍ର ! ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଲୁଟୁଥିଲା; ୧୦୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଲୁଟିଛି

3,109

କନକ ବ୍ୟୁରୋ : ସ୍କୁଲ ଡେଇଁନି, କିନ୍ତୁ ଫେସ୍‌ବୁକ୍‌, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ଡେଟିଂ ଓ ମାଟ୍ରିମୋନି ସାଇଟ୍‌ ପ୍ରୋଫାଇଲ୍‌‌‌ରେ ଏମ୍‌କେସିଜିରେ ପଢ଼ୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା । ସୁଟ୍‌, ବୁଟ୍‌ ପିନ୍ଧା ଏମିତିଆ ଫଟୋ ଛାଡ଼ୁଥିଲା ଯେ ସେଥିରେ କାହାର ବି ସନ୍ଦେହ ହେଉନଥିଲା । ଖାଲି ସେତିକି ନୁହେଁ, ନିଜକୁ ସମ୍ଭ୍ରାନ୍ତ ପରିବାରର ଦର୍ଶାଇ ସୁନ୍ଦର ସୁନ୍ଦର ଯୁବତୀଙ୍କ ସହ ଚାଟିଂ କରୁଥିଲା। ଯିଏ ତା’ ପାଲରେ ପଡ଼ିଲା, ଦେଖାସାକ୍ଷାତ, ବୁଲିବା ବାହାନାରେ ତାକୁ ଚୂନ ମାରୁଥିଲା । ଯୁବତୀଙ୍କୁ ସପିଂ କରାଇବା ନାଁରେ ମଲ୍‌ ବୁଲାଇ ନେଉଥିଲା ।

ଯୁବତୀ ଡ୍ରେସ୍ ଟ୍ରାଏଲ ପାଇଁ ଗଲା ବେଳେ ତାଙ୍କ ପର୍ସ, ମୋବାଇଲ୍‌ ଧରି ସେଠାରୁ ଅନ୍ତର୍ଧ୍ୟାନ ହୋଇଯାଉଥିଲା । ସେମିତି ବଡ଼ ବଡ଼ ହୋଟେଲ, ରେସ୍ତୋରାଁକୁ ଯୁବତୀଙ୍କୁ ଖୁଆଇବା ବାହାନାରେ ନେଉଥିଲା। ଯୁବତୀ ୱାସ୍‌ରୁମ୍‌ରୁ ଫେରିବା ବେଳକୁ ତାଙ୍କ ମୋବାଇଲ୍‌, ପର୍ସ, ସୁନା, ଟଙ୍କା ନେଇ ପଳାଉଥିଲା । ଏମିତି ଅନେକ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣେ ଧୂର୍ତ୍ତକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, କଟକ ବଡ଼ମ୍ବା ଅଞ୍ଚଳର ପ୍ରଭାସ ଦାସ । ପୁଲିସ ତା’ଠାରୁ ୪ଟି ଦାମୀ ମୋବାଇଲ୍‌ ଜବତ କରିଛି। ସେ ଏମିତି କରି କେତେ ଯୁବତୀଙ୍କୁ ଓ କେତେ ଟଙ୍କା ଚୋରି କରିଛି, ପୁଲିସ ତାକୁ ପଚରାଉଚରା କରୁଛି ।

ନା ପାଖରେ ମୋବାଇଲ୍‌ ଥିଲା, ନା ପର୍ସ; କ’ଣ କରିବେ ? ମଲ୍‌ର ଜଣେ କର୍ମଚାରୀଙ୍କ ମୋବାଇଲ୍‌ରୁ ପ୍ରଭାସକୁ ଫୋନ୍‌ କରିଥିଲେ । ହେଲେ ମୋବାଇଲ୍‌ ବନ୍ଦ ଥିଲା। ପରେ ଏ ସଂପର୍କରେ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ପ୍ରଭାସ ବାଲେଶ୍ବରରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ସେଠାରେ ମଧ୍ୟ ଜଣେ ଯୁବତୀଙ୍କୁ ନିଜ ପାଲରେ ପକାଇବାକୁ ଯୋଜନା କରିଥିଲା। ହେଲେ ଏହା ପୂର୍ବରୁ ସହିଦନଗର ଥାନା ପୁଲିସର ଏକ ଟିମ୍‌ ତାକୁ କାବୁ କରିଥିଲା ।