କନକ ବ୍ୟୁରୋ : ଆଗୁଆ ବନ୍ଦ ହୋଇପାରେ ବିଧାନସଭା ଅଧିବେଶନ । ଗୃହରେ ହଟୁନି ଅଚଳାବସ୍ଥା । ନିଜ ନିଜ ଜିଦ୍ରେ ଅଟଳ ଅଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳ । ୪ ଦିନରେ ମାତ୍ର ୫୨ ମିନିଟ୍ ଚାଲିଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ସ୍ୱଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ କୌଣସି ସ୍ତରରେ ଉଦ୍ୟମ କରାଯାଇନାହିଁ । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଅଟଳ ଅଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତି ରଖିଥିଲେ ମଧ୍ୟ ବିରୋଧୀ ଶାନ୍ତ ହେବା ବଦଳରେ ନିଜ ପ୍ରତିବାଦକୁ ନୂଆ ନୂଆ ତରିକାରେ ଆହୁରି ଜୋରଦାର କରୁଛନ୍ତି । ଆଜି ବିଧାନସଭାରେ ପ୍ରତିବାଦ ତୀବ୍ର ହେବ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପ୍ରସଙ୍ଗ ମହାବାତ୍ୟା ରୂପ ନେବ ବୋଲି ବିରୋଧୀ ଦଳ ଉପନେତା ଚେତାବନୀ ଦେଇଛନ୍ତି । କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି କହିଛି । ସେପଟେ ଶାସକ ଦଳ ଦର ଦାମ ବୃଦ୍ଧି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ତେଣୁ ଆଜି ବି ଗୃହରେ ଅଚଳାବସ୍ଥା ଲାଗି ରହିପାରେ ।

- ପ୍ରଥମ ଦିନ ଦ୍ୱିତୀୟାର୍ଦ୍ଧରେ ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି
- ଦିନକୁ ୫ ଘଂଟା ଲେଖାଏଁ ଗୃହ କାର୍ଯ୍ୟ କରିବାକୁ ସର୍ବଦଳୀୟ ବୈଠକରେ ହୋଇଥିଲା ନିଷ୍ପତି
- ତିନି ଦିନରେ ୧୫ ଘଂଟା ଗୃହ କାର୍ଯ୍ୟ ହେବା କଥା
- ହେଲେ ତିନି ଦିନରେ ମାତ୍ର ୨୭ ମିନିଟ୍ ଚାଲିଛି ଗୃହ କାର୍ଯ୍ୟ
- ୪ ଦିନରେ ମୋଟ୍ ୫୨ ମିନିଟ୍ ଚାଲିଛି ଗୃହ କାର୍ଯ୍ୟ
- ଏପର୍ଯ୍ୟନ୍ତ ସର୍ବଦଳୀୟ ବୈଠକ ଡାକୁନାହାନ୍ତି ବାଚସ୍ପତି
- ପରସ୍ପର ଜିଦ୍ରେ ଅଡି ବସିଛନ୍ତି ବିରୋଧୀ ଓ ଶାସକ ଦଳ
- ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରୁଛନ୍ତି ବିରୋଧୀ
- ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହି ଦର ବୃଦ୍ଧି ପ୍ରସଙ୍ଗରେ ଗୃହକୁ ଅଚଳ କରୁଛି ବିଜେଡି
- ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସର୍ବଦଳୀୟ ବୈଠକ ଡାକି ନାହାନ୍ତି
- ହୋହଲ୍ଲା ଯୋଗୁ ଶେଷ ପର୍ଯ୍ୟନ୍ତ ବିଧାନସଭା ଚାଲିବାକୁ ନେଇ ସନ୍ଦେହ
- ଅତିରକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ପରେ ଯେକୌଣସି ସମୟରେ ବନ୍ଦ ହୋଇପାରେ ବିଧାନସଭା