କନକ ବ୍ୟୁରୋ: କେତେ ମାରାତ୍ମକ ଥିଲେ ବାୱରିଆ ଗ୍ୟାଙ୍ଗ? ସାମ୍ନାକୁ ଆସିଲା ଛାତିଥରା ଚିତ୍ର । ନିକଟରେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ୪ ବାୱରିଆ ଗ୍ୟାଙ୍ଗର ସଦସ୍ୟ । ଯେଉଁମାନେ କି ପୋଲିସର ନିଦ ହଜାଇ ଦେଇଥିଲେ । ୧୯୯୫ରୁ ଦେଶର ବିଭିନ୍ନ ରାଜ୍ୟରେ ସକ୍ରିୟ ରହିଛି ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ ।

Kanak News is now on WhatsApp
Join and get latest news updates delivered to you via WhatsApp
ଶାଶୁ, ବୋହୂ ସାବିତ୍ରୀ ପୂଜା ସାରି ମନ୍ଦିରରୁ ଫେରୁଥିବାବେଳେ ପୂର୍ବରୁ ରେକି କରିଥିବା ବାୱରିଆ ଗ୍ୟାଙ୍ଗର ଚକ୍ରବ୍ୟୁହରେ ଫସିଯାଇଥିଲେ । ଜଣେ ବାଇକକୁ ଷ୍ଟାଟ କରି ରଖିଥିଲା , ଆଉଜଣେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପ୍ରଥମେ ବୋହୂ ଓ ପରେ ଶାଶୁଙ୍କ ବେକରୁ ସୁନାଚେନ ଝାମ୍ପି ସ୍ପିଡ ବାଇକରେ ଫେରାର ହୋଇଯାଉଛନ୍ତି । ଆଉ ସେମାନେ ଦେଖିବାକୁ ଏତେ ଭୟଙ୍କର ଯେ, ଅବାକ ହୋଇ ଚାହିଁରହିଛନ୍ତି ଉଭୟ ।
କଟକ ଅଂଚଳରେ ଜଣେ ମହିଳା ତାଙ୍କ ଘରର ହତା ଭିତରେ ଚାଲୁଛନ୍ତି । କିଛି ସମୟ ପରେ ଗେଟ୍ ଆଗରେ ପହଂଚୁଛନ୍ତି ଏହି ଲୁଟିଆ ଗ୍ୟାଙ୍ଗ । ଅତି ଭଦ୍ର ଲୋକ ଭଳି କଳାରଙ୍ଗର ଡ୍ରେସ ପିନ୍ଧିଥିବା ଏହି ବ୍ୟକ୍ତି ମହିଳାଙ୍କ ହତା ଭିତରକୁ ପ୍ରବେଶ କରୁଛି । ଆଉ କିଛି ବୁଝିବା ଆଗରୁ ମହିଳାଙ୍କ ବେକରୁ ଚେନ ଝାମ୍ପି ସମାନ ଷ୍ଟାଇଲରେ ଚମ୍ପଟ ମାରୁଛି ।
ସାରା ଭାରତରେ କୋକୁଆ ଭୟ ସୃଷ୍ଟି କରିଥିବା ଏହି ବାୱରିଆ ଗ୍ୟାଙ୍ଗକୁ ଧରିବା ପାଇଁ ୫୬ ଘଂଟାର ଅପରେସନ କରିଥିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କାର୍ଡ । ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ଛଦ୍ମବେଶରେ ପୁରୀରେ ଡେରା ପକାଇଥିଲା ସ୍ପେଶାଲ ସ୍କାର୍ଡ । ଦେଖନ୍ତୁ ସ୍କାର୍ଡର ଜଣେ ପୁଲିସ ଅଫିସର ହାପପ୍ୟାଂଟ ପିନ୍ଧି ଘଂଟା ଘଂଟା କାଳ ଏହି ଅଭିଯୁକ୍ତଙ୍କୁ ଖୋଜୁଥିଲେ । ଆଉ ଶେଷରେ ବାୱରିଆ ଗ୍ୟାଙ୍କର ଚକ୍ରବ୍ୟୁହକୁ ଭେଦ କରି ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ବାବଦରେ ଅଧିକ ତଥ୍ୟ ପାଇଁ ସ୍ପେଶାଲ ସ୍କାର୍ଡ ଉତରପ୍ରଦେଶ ଯିବାକୁ ଯୋଜନା କରିଛି ।