ପାରାଅଲିମ୍ପିକ ଚମ୍ପିଆନ୍ ଦୀପାଙ୍କର ବାୟୋପିକ୍ କରିବେ ଫରହାନ-ରିତେଶ୍ !

39

ଗୋଟେପଟେ ବାୟୋପିକ୍ ଫିଲ୍ମ ଇଣ୍ଡଷ୍ଟ୍ରିଲୋକଙ୍କୁ କିମିଆ କରିଥିବା ବେଳେ , ଅନ୍ୟପଟେ ଖେଳରେ ଝିଅଙ୍କ ଅଂଶ ଗ୍ରହଣକୁ ନେଇ ଦେଶରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ଭିତରେ ଝିଅଙ୍କ ଖେଳକୁ ନେଇ ବିଗତ ସମୟରେ ଅନେକ ବାୟୋପିକ୍ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି । ଯେଉଁଥିରେ ‘ମେରୀକମ୍’ ଓ ‘ଦଙ୍ଗଲ’ ଅନ୍ୟତମ ।

ସଦ୍ୟ ଖବର ଅନୁସାରେ, ଫରହାନ ଅଖତର ଓ ରିତେଶ୍ ସିଧୱାନୀ ପାରାଅଲିମ୍ପିକ ଗେମ୍ସରେ ମେଡାଲ୍ ଜିତିଥିବା ପ୍ରଥମ ମହିଳା ଖେଳାଳୀ ଦୀପା ମଲ୍ଲିକଙ୍କ ଉପରେ ବାୟୋପିକ ଫିଲ୍ମ କରିବାକୁ ପ୍ରସ୍ତୁତି ଚଳେଇଛନ୍ତି । ଦୀପା ସମର ପାରାଅଲିମ୍ପିକ ୨୦୧୬ରେ ଶଟଫୁଟରେ ସିଲଭର ମେଡାଲ୍ ଜିତିଥିଲେ । ଖବର ଅନୁସାରେ ରିତେଶଙ୍କ ଟିମ୍ ଯେତେବେଳେ ଦୀପା ମଲ୍ଲିକଙ୍କ ବାୟୋପିକ୍ ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ ପାଇଁ ଇଚ୍ଛା କଲେ, ରିତେଶଙ୍କ ଏହି ପ୍ରୋଜେକ୍ଟ ଖୁବ୍ ପସନ୍ଦ ଆସିଥିଲା । ସେ ତୁରନ୍ତ ଦୀପାଙ୍କୁ ସାକ୍ଷାତ୍ କରିଥିଲେ । ଦୀପା ତାଙ୍କୁ ପାଖାପାଖି ୫ ଘଣ୍ଟା ଯାଏ ନିଜ ବିଷୟରେ ଅନେକ କିଛି ତଥ୍ୟ ଦେଇଥିଲେ ।

ଆଜି ସଫଳତାର ଶୀର୍ଷରେ ପହଁଚିଥିବା ଦୀପାଙ୍କ ପାଇଁ ଜୀବନ ଥିଲା ଦୁର୍ବିସହ । ତାଙ୍କୁ ମୃତ୍ୟୁ ଓ ହ୍ୱିଲଚେୟାର ମଧ୍ୟରେ ନିଜ ଜୀବନରେ ଜଣକୁ ବାଛିବାକୁ ପଡିଥିଲା ଏବଂ ସେ ନିଜ ଜୀବନକୁ ବାଛିଥିଲେ । ସାକ୍ଷାତକାର ବେଳେ ଯେତେବେଳେ ଦୀପା , ରିତେଶଙ୍କ ସାମ୍ନାରେ ବସିଥିଲେ ,ତାଙ୍କୁ ଜଣେ ସଶକ୍ତ ମହିଳା ଦେଖାଯାଉଥିଲେ ବୋଲି ରିତେଶ କହିଛନ୍ତି ଏବଂ ଏମିତି ମହିଳାଙ୍କ ଜୀବନ ଯୁଦ୍ଧକୁ ବଡ ପରଦାରେ ଦେଖାଇବା ଉଚିତ  ।