ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ, ଚାଲିଛି ବନ୍ୟା ବିତ୍ପାତ: ୮ରାଜ୍ୟରେ ବର୍ଷା ସାଙ୍ଗକୁ ବନ୍ୟା ବିଭୀଷୀକା

123

କନକ ବ୍ୟୁରୋ: ଉତରଭାରତରେ ବର୍ଷା ସାଙ୍ଗକୁ ବନ୍ୟା କାଳ । ତାହୀମାମ୍ ଡାକୁଛି ଜନଜୀବନ । ୮ଟି ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା, ଭୁସ୍ଖଳନ ଓ ବାଦଲଫଟା ବର୍ଷା ଯୋଗୁଁ ଦିନକୁ ଦିନ ସ୍ଥିତି ସଂଗୀନ ହୋଇପଡିଛି । ୩ଦିନ ଭିତରେ ୫୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ନିଖୋଜ ରହିଛନ୍ତି ଉତରପ୍ରଦେଶ, ମଧ୍ୟପ୍ରଦେଶ,ରାଜସ୍ଥାନ, ଓଡିଶା, ଗୁଜରାଟ, ହିମାଚଳପ୍ରଦେଶ, ଉତାରଖଣ୍ଡ ଓ କଶ୍ମୀରରେ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳିଛି । କିଛି ରାଜ୍ୟପାଇଁ ୟଲୋ ଓ ଅରେଂଜ ଆଲର୍ଟ ଜାରି କରାଯାଇଛି ।