ଦିଲ୍ଲୀରେ ଭୂମିକମ୍ପ, ୧୦ ସେକେଣ୍ଡ ପର୍ଯ୍ୟନ୍ତ ଥରିଲା ଦିଲ୍ଲୀ, ଚଣ୍ଡିଗଡ ଓ ଜାମ୍ମୁ-କାଶ୍ମୀର

272

କନକ ବ୍ୟୁରୋ : ମଙ୍ଗଳବାର ଦିନ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ବ୍ୟତୀତ ଜମ୍ମୁ-କାଶ୍ମୀର ଓ ଚଣ୍ଡିଗଡରେ ମଧ୍ୟ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଏହି ଭୂମିକମ୍ପ ପାଖା ପାଖି ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା କୁହାଯାଉଛି ।

ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । ଘର ଭିତରେ ଟେବୁଲ, ଚେୟାର ଓ ପଙ୍ଖା ଥରି ଉଠିଥିଲା । ବିଭାଗୀୟ ସୂଚନା ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳୀ ଜାମ୍ମୁ-କାଶ୍ମୀର କିଶତବାଡରୁ ୩୦ କିଲୋମିଟର ଦକ୍ଷିଣ-ପୂର୍ବ ଅଟେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଥିଲା ।