ଡିଜେ ଆଜେକ୍ସଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ : ଏକ୍ସପୋଜ୍ କରିବା ପାଇଁ ୩ଜଣ ଯୁବତୀ ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିବା ସୂଚନା

209

କନକ ବ୍ୟୁରୋ : ଡିଜେ ଅଜେକ୍ସଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଆଜେକ୍ସଙ୍କୁ ଏକ୍ସପୋଜ୍ କରିବା ପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଥିବା ସୂଚନା ମିଳିଛି । ତିନି ଜଣ ଯୁବତୀ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିଲେ । କୁହାଯାଉଛି ଏହି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ ।

ହ୍ୱାଟ୍ସଆପ୍ ଗ୍ରୁପ୍ କରି ତିନି ଜଣ ଆଜେକ୍ସଙ୍କ ସଂପର୍କରେ କଥା ହେଉଥିଲେ । ଆଜେକ୍ସଙ୍କ ମୁଖା ଖୋଲିବାକୁ ଏମାନେ ଏକାଠି ହୋଇଥିବା କୁହାଯାଉଛି । ସାଇବର ଏକ୍ସପର୍ଟଙ୍କ ଯାଂଚ ପରେ ଏପରି ତଥ୍ୟ ସାମ୍ନାକୁ ଆସିଥିବା ସୂଚନା ମିଳିଛି । ଏବେ ଅନ୍ୟ ଦୁଇ ଜଣ ଯୁବତୀଙ୍କୁ ଖାରବେଳନଗର ଥାନା ପୋଲିସ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି ।