କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ, ସାଙ୍ଗରେ ଥିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ମମତାଙ୍କ ମାର୍ଗଦର୍ଶକ ଭାବେ ସେ ବେଶ ଜଣାଶୁଣା । ତେବେ ମମତା ବାନାର୍ଜୀଙ୍କ ରାଜନୈତିକ ଅଭିଳାଶ ପୂରଣ ପାଇଁ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି କଣସବୁ ପରାମର୍ଶ ଦେଇଛନ୍ତି, ସେନେଇ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଶି ରାଜ୍ୟର ଉନ୍ନତି ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ଜଗୁନି । ସେହିପରି ମମତାଙ୍କ ଆଖପାଖରେ ଥିବା କିଛି ଖରାପ ଲୋକଙ୍କ ପାଇଁ ସେ ବଦନାମ ହେଉଥିବା କହିଛନ୍ତି ଜଗୁନି । ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଆହୁରି କହିଛନ୍ତି ଯେ, ବିରୋଧୀ ସାମୁଖ୍ୟର ମୁଖିଆ ହେବା ପାଇଁ ତାଙ୍କୁ ମୁଣ୍ଡ ଥଣ୍ଡା ରଖିବା ପାଇଁ ବାରମ୍ବାର ପରାମର୍ଶ ଦେଇଛନ୍ତି । ଏଥିସହ ଜାତୀୟ ରାଜନୀତିରେ ମମତାଙ୍କ ଆଦର ମଧ୍ୟ ରହିଥିବା କହିଛନ୍ତି ଜଗୁନି ।