ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ବିଜେଡି ପକ୍ଷରୁ ପ୍ରସନ୍ନ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏହାର ଜବାବ ରଖି ଧର୍ମେନ୍ଦ୍ର କହିଛନ୍ତି ପ୍ରଥମେ ରାଜ୍ୟସଭାରେ ଉପସ୍ଥାନ ଦିଅନ୍ତୁ ପ୍ରସନ୍ନ । ସଂସଦରେ ଜିଏସଟି ଓ ଜଳବିଲ ନେଇ ଆଲୋଚନା ବେଳେ ସେ ଅନୁପସ୍ଥିତ ଥିଲେ । ସେହିପରି ପ୍ରସନ୍ନ କଲେଜ ରାଜନୀତି ଛାଡନ୍ତୁ ବୋଲି ତାତ୍ସଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ବରଗଡରେ ସାଂସଦଙ୍କ ପରିବାର ସଦସ୍ୟ ଯୋଉ କାମକଲେ ତାକୁ ଡରିକି ରହିଥିବା କହିଛନ୍ତି ସେ । ଆସନ୍ତୁ ଶୁଣିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି କଣ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ :