ଧାମନଗର ପ୍ରଚାର ମୈଦାନରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ତେରଛା ବାଣ: କହିଲେ, ରହିନି ରାବଣ, ଦୁର୍ଯ୍ୟୋଧନଙ୍କ ଅହଙ୍କାର

107

କନକ ବ୍ୟୁରୋ: ଧାମନଗରରେ ଦୁଇ ଦିନ ଧରି ବିଜେପିର ପ୍ରଚାର ମଙ୍ଗ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ମଇଦାନରୁ ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଗୋରା ବି ଦିନେ ଶାସନ କରୁଥିଲେ । ରାବଣ ଦୁର୍ଯ୍ୟୋଧନର ବି ଅହଙ୍କାର ରହିନାହିଁ । ଏବେ ଲଢ଼େଇ ଆରମ୍ଭ । ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସୂରଜଙ୍କ ପାଇଁ ମାଗୁଛନ୍ତି ଭୋଟ୍ । ତିହିଡି ବ୍ଲକର ପାଳିଆ ବଜାର, ଗୁଆମାଳ ଓ ବୋଡକରେ ବୁଲି ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର । ସେପଟେ ବିଜେଡି ପ୍ରାର୍ଥୀଙ୍କୁ ବହୁମତ ଦେଇ ଜିତାଇବାକୁ ଲାଗି ପଡ଼ିଛନ୍ତି ଦଳର ହେବିୱେଟ୍ ।