ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ବଂଚାଇବାକୁ ଯାଇ ସ୍ତ୍ରୀ ମୃତ

ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ଜୀବନ ଚାଲିଯାଇଛି

250

କନକ ବ୍ୟୁରୋ : ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ବଂଚାଇବାକୁ ଯାଇ ସ୍ତ୍ରୀ ମୃତ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ଜୀବନ ଚାଲିଯାଇଛି । 

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ପାରିବାରିକ କାଳହକୁ ନେଇ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସ୍ୱାମୀକୁ ବଂଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ମଲ୍ଲିକ ମଧ୍ୟ ଗୁରୁତର ହୋଇପଡିଥିଲେ । ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା ।  ସେଠାରେ ସ୍ତ୍ରୀ ବନ୍ଦିତା ମଲ୍ଲିକଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତେବେ ଆଜି ଦେଶ ପ୍ରେମ ଦିବସ ପାଳୁଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି ।