ଓଡିଶାରେ ଗୁଜରାଟ ନିର୍ବାଚନ ଫଳାଫଳ ପ୍ରଭାବ ପ୍ରସଙ୍ଗ : ନବୀନଙ୍କ ବୟାନକୁ କାଉଣ୍ଟର କଲେ ଧର୍ମେନ୍ଦ୍ର ପ୍ରଧାନ

28

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ଫଳାଫଳ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଗୁଜରାଟ ନିର୍ବାଚନର ପ୍ରଭାବ ପଡିବ କି ନାହିଁ ତାହା ଲୋକେ କହିବେ । ନିର୍ବାଚନ ଜିତିଥିବା ଦଳ ବାରମ୍ବାର ଜିତିବ ବୋଲି ଏକଚାଟିଆ ଅଧିକାର ନାହିଁ ବୋଲି ସେ କହିଛନ୍ତି । ଏହା ସହ ନବୀନ ବାବୁ ଜ୍ୟୋତିଷ ନୁହନ୍ତି ଯେ ଭବିଷ୍ୟବାଣୀ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଓଡିଶାବାସୀଙ୍କ ଆସ୍ଥା ବଢୁଛି ଏବଂ ଆଗାମୀ ନିର୍ବାଚନରେ ବିଜେପି ଭଲ କରିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନା ଯେ , ଗୁଜରାଟ ନିର୍ବାଚନରେ ପରାଜୟରୁ ବିଜେପି ଅଳ୍ପକେ ବର୍ତିଯିବା ପରେ ସରକାର ବିରୋଧୀ ହାୱା ବା ଆଂଟି ଇନକମ୍ବେନ୍ସିର ପ୍ରଭାବକୁ ନେଇ ପ୍ରତିକ୍ରିୟା ରଖିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଥିଲେ, ଓଡିଶାରେ ଏଭଳି ସରକାର ବିରୋଧୀ ହାୱା ନାହିଁ ଏବଂ ଯେକୌଣସି ସମୟରେ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ।