ବିଜେପିର ପାଷ୍ଟ ଡେ ଫାଷ୍ଟ ଶୋ, ନାମାଙ୍କନରେ ଶକ୍ତିପ୍ରଦର୍ଶନ କଲେ ସୂର୍ଯ୍ୟବଂଶୀ

94

କନକ ବ୍ୟୁରୋ : ଧାମନଗରର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେପି କିନ୍ତୁ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି । ଆଜି ଶୋଭାଯାତ୍ରାରେ ଯାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶୋଭା ଯାତ୍ରାବେଳେ ବାପା ବିଷ୍ଣୁ ସେଠୀଙ୍କ ଫଟୋ ରଖି ଅନୁକମ୍ପା ଭୋଟ ହାତେଇବାକୁ ସେ ଉଦ୍ୟମ କରିଛନ୍ତି । ସେପଟେ ବିଜେଡି କାଲି ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି । ସସପେନ୍ସ ରଖି କି ସରପ୍ରାଇଜ ଦେଉଛନ୍ତି ନବୀନ ସେ ଉପରେ ସମସ୍ତଙ୍କ ନଜର ରହିଛି  ।
ଆସନ୍ତା ୧୪ ତାରିଖ ହେଉଛି ନାମାଙ୍କନର ଶେଷ ତାରିଖ । ହେଲେ ଏବେ ବି ପ୍ରାର୍ଥୀ ଘୋଷଣା କରିନି ବିଜେଡି । ଆଶାୟ ଅନେକ ଥିବାରୁ ଦଳୀୟ ସ୍ତରରେ ଅଙ୍କକଷା ଚାଲିଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସକୁ ଦଳ ମୈଦାନକୁ ଓହ୍ଲାଇବ ନା ସରପ୍ରାଇଜ କାର୍ଡ ଖେଳିବେ ନବୀନ ସେ ଉପରେ ନଜର ରହିଛି । ମିଳିଥିବା ସୂଚନା ଅନୁସାରେ, ବୁଧବାରଦିନ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି   ।
ସେପଟେ କଂଗ୍ରେସର ପ୍ରାର୍ଥୀ ଚୂଡାନ୍ତ ସରିଛି । ଖୁବଶୀଘ୍ର ଦଳ ନାଁ ଘୋଷଣା କରିବ । ସ୍ଥାନୀୟ ନେତାଙ୍କୁ ଦଳ ସୁଯୋଗ ଦେବ ବୋଲି କହିସାରିଛି ।