ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢ଼ା । ମହାପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଆଡ଼ପ ଅବଢ଼ା ପାଇଲେ ଭକ୍ତ

108

କନକ ବ୍ୟୁରୋ : ବାହାରିଲା ମହାପ୍ରଭୁଙ୍କ ଆଡପ ଅବଢ଼ା । ଆଉ ମହାପ୍ରସାଦ ନେବାକୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ମହାପ୍ରଭୁ ଆଡପ ମଣ୍ଡପ ବିଜେ କରିବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ ବଂଚିତ ହୋଇଥିବାରୁ ଆଜି ପ୍ରବଳ ଗହଳି ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।
ଆଡପ ଅଭଢା ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଭକ୍ତମାନେ ମହାପ୍ରଭୁଙ୍କ ଆଡପ ଅଭଡା ପାଇ ବେସ୍ ଆନନ୍ଦିତ ହୋଇ ଉଠିଛନ୍ତି । କାହିଁକି ନା କରୋନା ପାଇଁ ଦୀର୍ଘ ଦୁଇବର୍ଷ ପରେ ଆଜି ଆଡପ ଅଭଢା ବାହାରିଛି ।