ସାଇ ବାବାଙ୍କ ବଡ ଭକ୍ତ : ୨ କୋଟି ଟଙ୍କାର ସୁନା ଦାନ କଲେ ସମାଜସେବୀ ପାର୍ଥସାରଥୀ ରେଡ୍ଡୀ

243

କନକ ବ୍ୟୁରୋ : ସିରିଡି ସାଇ ବାବାଙ୍କୁ ସୁନା ଦାନ । ସାଇବାବାଙ୍କ ଭକ୍ତ ଦାନ କଲେ ୪ କିଲୋ ସୁନା । ହାଇଦ୍ରାବାଦାର ପାର୍ଥସାରଥୀ ରେଡ୍ଡୀ ନାମକ ଜଣେ ମହିଳା ସାଇବାବାଙ୍କୁ ଏପରି ବଡ଼ ଦାନ କରିଛନ୍ତି । ଯାହାର ମୂଲ୍ୟ ୨ କୋଟିରୁ ଅଧିକ ହେବ । ୪ କେଜି ଓଜନର ଏହି ସୁନା ଗହଣା ବାବାଙ୍କ ନିକଟରେ ଲାଗି କରାଯାଇଛି । ବାବାଙ୍କ ସିଂହାସନ ଆକୃତିର ଏକ ସୁନା ଗହଣା ଦାନ କରିଛନ୍ତି ।

ବାବାଙ୍କର ସିଂହାସନ ଥିଲେ ମଧ୍ୟ ଏଥିରେ କୌଣସି ଆବରଣ ନଥିଲା । ଏବେ ଏହାକୁ ଆବରଣ ଭାବେ ବ୍ୟବହାର କରାଯାଉଛି । ସିରିଡିରେ ୨୦୦୮ ମସିହାରେ ୧୧୦ କିଲୋ ସୁନାରେ ସାଇ ବାବାଙ୍କ ମୂର୍ତ୍ତି ତିଆରି ହୋଇଥିଲା । ଆନ୍ଧ୍ରପ୍ରଦେଶର ସାଇ ଭକ୍ତ ଆନନ୍ଦ ନାରାୟଣ ରେଡ୍ଡୀ ଏହି ସୁନା ଦାନ କରିଥିଲେ । ଏବେ ପାର୍ଥସାରଥୀ ରେଡ୍ଡୀଙ୍କ ଦାନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ବାବାଙ୍କୁ ତାଙ୍କର ବିଭିନ୍ନ ଭକ୍ତମାନେ ସୁନା ଦାନ କରିଥାନ୍ତି । ଏହା ସହ ବିଭିନ୍ନ ସାମଗ୍ରୀ ମଧ୍ୟ ଦାନ କରିଥାନ୍ତିି ଭକ୍ତ ।