ଦିଲ୍ଲୀରୁ ପ୍ରଶ୍ନ କଲେ ସମ୍ବିତ, କଡା ଜବାବ ଦେଲା ବିଜେଡି । ଦଳୀୟ ବିଧାୟକ କହିଲ, ସମ୍ବିତ କଣ ମହାମାନବ, ଯାହା କହିବେ ତାହା ବେଦର ଗାର ହେବ ।

164

କନକ ବ୍ୟୁରୋ :  ପୁରୀ ଏମାର ମଠ ପରିସରରେ ସିଂହମୂର୍ତି ମିଳିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସମ୍ବିତ ପାତ୍ର କହିଛନ୍ତି, ଖନନ ପୂର୍ବରୁ ଜିପିଆରଏସ୍ କରାଯାଇନାହିଁ । କ’ଣ କ୍ଷତି ହେବ ପ୍ରକଳ୍ପ କରିବା ପୂର୍ବରୁ ଗବେଷଣା କରିନଥିଲେ ରାଜ୍ୟ ସରକାର । ମାଟି ତଳେ ଅନେକ ଭଗ୍ନାବଶେଷ ଲୁଚି ରହିଛି । ଉଦବେଗ ପ୍ରକାଶ କରି ସମ୍ବିତ ପାତ୍ର କହିଛନ୍ତି, ଭଗ୍ନମୂର୍ତିକୁ ସଂରକ୍ଷଣ ନକଲେ ଆସନ୍ତା ପିଢି କ୍ଷମା ଦେବେ ନାହିଁ । ରାଜ୍ୟ ସରକାର କଳାପାହାଡିଆ ଓ ଜିଦଖୋର ମାନସିକତା ଦେଖାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମ୍ବିତ ପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏମାର ମଠ ଖନନ ସ୍ଥଳରୁ ସିଂହମୂର୍ତି ବାହାରିବା ଘଟଣା ପରେ ଖନନସ୍ଥଳରେ ଯାଂଚ କରିଥିଲା ଏଏସଆଇ ଟିମ । ଖନନସ୍ଥଳରୁ ମିଳିଥିବା  ସିଂହମୂର୍ତିଟି ଗଙ୍ଗବଂଶ ରାଜତ୍ୱ ସମୟର ବୋଲି ଅନୁମାନ କରାଯାଉଥିବା ଟିମ କହିଥିଲା ।

ଅନ୍ୟପଟେ ସମ୍ବିତଙ୍କ ସମାଲୋଚନା ପରେ ଏହାର କଡା ଜବାବ ଦେଇଛି ବିଜେଡି । ବିଧାୟକ ଅଶ୍ୱନି ପାତ୍ର କହିଛନ୍ତି ଏହା ସବୁ ହାସ୍ୟସ୍ପଦ ପଦ କଥା । ସମ୍ବିତ ପାତ୍ର କଣ ମହାମାନବ ,ସେ ଯାହା କହିବେ ତାହା ବେଦର ଗାର ହେବ।ଯେତେ ବେଳେ ସରକାର ପୁରୀକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେଉଛନ୍ତି ।ବିଶ୍ଵବାସୀ ଜାଣିଛନ୍ତି ପୁରୀ କଣ ଓ ପୁରୀର ମାଟି କଣ  । ସେ ଦୃଷ୍ଟିରୁ ସମ୍ବିତ ପାତ୍ରଙ୍କ ପିଲାଳିଆମି କଥାବାର୍ତ୍ତାର କୌଣସି ମୂଲ୍ୟନାହିଁ ।ସରକାର ତାଙ୍କର କାର୍ଯ୍ୟ ଠିକ୍ କରୁଛନ୍ତି । ଯଦି ଚ୍ୟାଲେଞ୍ଜ ହୁଏ ସରକାର ଆଇନର ଲଢେଇ ଲଢ଼ିବାକୁ ପ୍ରସ୍ତୁତ।  ଏଏସଆଇ  କହୁକି ଯିଏ ଯାହା କହୁ ସରକାରଙ୍କ ଲକ୍ଷ୍ୟ ମହାନ୍ । ଏ କ୍ଷେତ୍ରରେ ରାଜନୀତିକ ଉଦ୍ଦେଶ୍ୟ କିଛି କାମ ଦେବନି। ଜାତି ଭେଦର କିଛି କଥା ନାହିଁ ସର୍ବ ଧର୍ମ ପ୍ରତୀକ ହେଲେ ମହାପ୍ରଭୁ ।  ବିରୋଧୀ ଯେତେ ଚିତ୍କାର କଲେ କିଛି ହେବନି।