ଧାଡ଼ିରେ ଓଡିଶା ! ଦରମା ମିଳିଲା, ହେଲେ ଟଙ୍କା ମିଳିଲାନିି

34

queue for moneyକନକ ବ୍ୟୁରୋ : ଦିନ ଗଡୁଛି ହେଲେ ଧାଡ଼ି କମୁନି । ଟଙ୍କା ପାଇଁ ଏବେବି ବ୍ୟାଙ୍କ୍ ଓ ଏଟିଏମ୍ ଗୁଡ଼ିକରେ ଲାଗୁଛି ଲମ୍ବା ଲାଇନ୍ । ନୋଟ୍ ବନ୍ଦ ନିଷ୍ପତି ପରେ ଆସିଛି ପ୍ରଥମ ଦରମା ଓ ପେନସନ୍ ଟଙ୍କା । ହେଲେ ଟଙ୍କା ଉଠାଣରେ କଟକଣା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛନ୍ତି । ଟଙ୍କା ପାଇଁ ଘଂଟା ଘଂଟା କାଳ ଛିଡ଼ା ହେବାକୁ ପଡ଼ୁଛି । ଇଏ ହେଉଛି କଟକ ସହରର ଦୃଶ୍ୟ । ବିମୁଦ୍ରାକରଣ ପରେ ପ୍ରଥମ ଦରମା ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ୍ ।

ଅନୁରୁପ ଅବସ୍ଥା ଢ଼େଙ୍କାନାଳ ସହରରେ । ବ୍ୟାଙ୍କ ଖୋଲିବା ଆଗରୁ ଷ୍ଟେଟ୍ ବ୍ୟାଙ୍କ ଶାଖା ଆଗରେ ଗ୍ରହକଙ୍କ ଭିଡ । ଆଉ ବ୍ୟାଙ୍କ ଖୋଲିବା ପରେ ଲମ୍ବା ଲାଇନ୍ । ଘଂଟା ଘଂଟା କାଳ ଛିଡ଼ା ହୋଇ ଟଙ୍କା ଉଠାଉଛନ୍ତି ଗ୍ରାହକ । ଏଭିତରେ କେତେବେଳେ ଲିଙ୍କ ଫେଲ୍ ତ ଆଉ କେତେବେଳେ ଲାଇନକୁ ନେଇ ଟଣାଓଟରା ।

ଚାନ୍ଦବାଲି ଏବଂ ଜଗତସିଂହପୁର ସହରରେ ବି ସମାନ ଅବସ୍ଥା । ଦରମା ଓ ପେନସନ୍ ପାଇଁ ବ୍ୟାଙ୍କରେ ଜମିଥିଲା ଗହଳି । ଲାଇନରେ ଖୁନ୍ଦି ହୋଇ ଠିଆ ହୋଇଥିଲେ ଶହ ଶହ ଲୋକ । ଟଙ୍କା ଜମା, ଉଠାଣ ସହ ଅନ୍ୟାନ୍ୟ କାମ ପାଇଁ ବି ଲୋକେ ଭିଡ ଲଗାଇଥିଲେ । ବିମୁଦ୍ରାକରଣ ଘୋଷଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା ଲୋକଙ୍କ ଦୁଃଖ ଯାଇନି ।

ଗୋଟିଏ ପଟେ ମାସକ ଟଙ୍କା ଉଠାଣରେ କଟକଣା । ଅନ୍ୟପଟେ ଟଙ୍କା ଉଠାଣ ପାଇଁ ପ୍ରତିଯୋଗିତା । ଏହାରି ଭିତରେ ପୁଣି ଆରବିଆଇର ଟଙ୍କା ଯୋଗାଣ ନେଇ ଦେଖା ଦେଇଥିବା ଆଶଙ୍କା ଲୋକଙ୍କୁ ସମସ୍ୟାକୁ ଦୁଇ ଗୁଣିତ କରିଦେଇଛି ।