ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲା, ଉମର ଖାଲିଦ ଓ ଖାଲିଦ ସୈଫଙ୍କୁ ଜାମିନ

96

କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଦୀର୍ଘଦିନ ହେବ ଜେଲରେ ଥିବା ଜେଏନୟୁର ଛାତ୍ରନେତା ଉମର ଖଲିଦ ଓ ଖଲିଦ ସୈଫଙ୍କୁ ଦିଲ୍ଲୀର କଡକଡଡୁମା କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଖାଲି ଜାମିନ ଦେଇ ନାହାଁନ୍ତି ବରଂ ତାଙ୍କୁ ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ୨୦୨୦ ଫେବୃଆରୀ ମାସରେ ଦିଲ୍ଲୀର ଚାନ୍ଦବାଗ ଅଞ୍ଚଳରେ ହୋଇଥିବା ପଥରମାଡ ମାମଲାରେ ପୂର୍ବରୁ ଉମରକୁ ଜାମିନ ମିଳିସାରିଥିଲା । ହେଲେ ଅନ୍ୟଏକ ମାମଲାରେ ସେ ଜେଲରେ ବନ୍ଦ ଥିଲେ ।

ସୂଚନା ଥାଉକି ଦିଲ୍ଲୀ ଦଙ୍ଗା ମାମଲାରେ ଜଣେ କନେଷ୍ଟବଳଙ୍କ ବୟାନ ଆଧାରରେ ଉମର ଖାଲିଦ ଓ ଖାଲିଦ ସୈଫଙ୍କୁ ମାମଲା ରୁଜୁ କରାଯାଇଥିଲା । ଏଥିରେ କୁହାଯାଇଥିଲା କି ୨୦୨୦ ଫେବୃଆରୀ ୨୪ ତାରିଖରେ ଚାନ୍ଦ ବାଗ ପୋଲ ନିକଟରେ ଜମା ହୋଇଥିବା ଏକ ଭିଡ ଉପରେ ପଥରମାଡ ହୋଇଥିଲା । ପଥରମାଡ କରିଥିବା ଲୋକମାନଙ୍କୁ ଉମର ଓ ଖାଲିଦ ସୈଫ ଉସକାଇଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ ଏମାନଙ୍କର ସିଧାସଳଖ ସଂପୃକ୍ତି ଥିବା ନେଇ କୋର୍ଟଙ୍କ ନିକଟରେ ଅଭିଯୋଗକାରୀ କୌଣସି ସଠିକ୍ ପ୍ରମାଣ ଦାଖଲ ନକରିପାରିବାରୁ ସେମାନଙ୍କୁ କୋର୍ଟ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସେପଟେ କୋର୍ଟ ଦ୍ୱାରା ଏହି ମାମଲାରେ ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ ବି ଦେଶଦ୍ରୋହ ମାମଲାରେ ଏମାନେ ଏବେ ନ୍ୟାୟିକ ହେପାଜତରେ ରହିଛନ୍ତି ।