ଭାରତ-ଚୀନ ସୀମା ବିବାଦ : ରଏଟର୍ସର ଚିନ୍ତାଜନକ ଖବର; ସୀମାରେ ସାମରିକ ସ୍ଥିତି ମଜଭୂତ କରୁଛି ଡ୍ରାଗନ

101

କନକ ବ୍ୟୁରୋ : ଆଗକୁ ଅଧିକ ଘନେଇପାରେ ଭାରତ-ଚୀନ ସୀମା ବିବାଦ । ରଏଟର୍ସ ରିପୋର୍ଟ ଅନୁସାରେ ସୀମାରେ ଚୀନ ଦ୍ରୁତ ଗତିରେ ନିଜର ସାମରିକ ସ୍ଥିତି ମଜବୁତ କରୁଛି । ତେଣୁ ଆଗାମୀ ଦିନରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ବୃଦ୍ଧି ପାଇପାରେ ସଂଘର୍ଷ । ନିକଟରେ ଲଦାଖରେ ବସିଥିଲା ‘ସିକ୍ୟୁରିଟି ଇସ୍ୟୁଜ ଫର ଟ୍ରେନିଂ ଲ୍ୟାଣ୍ଡ ବର୍ଡର’ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଏହି ବୈଠକରେ ଉପସ୍ଥାନ କରାଯାଇଥିବା ରିପୋର୍ଟ ଆଧାରରେ ଏକଥା କୁହାଯାଇଛି କି ଆଗକୁ ସୀମାରେ ସଂଘର୍ଷ ବୃଦ୍ଧି ହୋଇପାରେ । ସୂଚନା ଅନୁସାରେ ଏଲଏସିରେ କାରାକୋରାମ ଖାଇରୁ ଚୁମୁର ପର୍ଯ୍ୟନ୍ତ ଥିବା ମୋଟ ୬୫ଟି ପାଟ୍ରୋଲିଂ ପଏଂଟରୁ ୨୬ଟି ପଏଣ୍ଟରେ ଭାରତୀୟ ସେନାର ଅନୁପସ୍ଥିତି ଦେଖିବାକୁ ମିଳିଛି ।

ସେପଟେ ଚୀନ ଓ ଭାରତ ସୀମା ବିବାଦ ଭିତରେ ଆମେରିକା ଦେଇଛି ବଡ ବୟାନ । ସୀମାରେ ଯଦି ଚୀନ କୌଣସି ପ୍ରକାର ଏକତରଫା କାର୍ଯ୍ୟ କରେ ତେବେ ଏହାର କଡ଼ା ଜବାବ ଦେବାକୁ ଭାରତକୁ କହିଛି ଆମେରିକା । ଆମେରିକା ସବୁବେଳେ ଏକତରଫା କାର୍ଯ୍ୟକୁ ବିରୋଧ କରେ ବୋଲି କହିଛି ।