ଜି-୨୦ ସମ୍ମିଳନୀ ପାଇଁ ସଜେଇ ହୋଇଛି ଦିଲ୍ଲୀ : ପ୍ରଗତି ମୈଦାନ ସମେତ ବିଭିନ୍ନ ସ୍ଥାନରେ ଭାରତୀୟ କଳାକୃତିର ଝଲକ

114

କନକ ବ୍ୟୁରୋ : ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । ସେପ୍ଟେମ୍ବର ୯ରୁ ଜି-୨୦ ବୈଠକ ଆରମ୍ଭ ହେବାକୁ ଯାଉଛି । ଏହି ବୈଠକରେ ବିଶ୍ୱରେ ବଡ ବଡ ନେତା ଯୋଗଦେବେ । ଏହା ପୂର୍ବରୁ ରାଜଧାନୀକୁ ସଜା ହୋଇଛି । ପ୍ରଗତି ମୈଦାନରେ ନିକଟରେ ଥିବା ଭାରତ ମଣ୍ଡପରେ ଏହି ବୈଠକ ବସିବ । ଏହି ସ୍ଥାନରେ ଜି-୨୦ର ଲୋଗୋ ମଧ୍ୟ ରଖାଯାଇଛି ।

ସେହିପରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଯୋଗଦେବେ ନାହିଁ । ଚୀନ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ଜି-୨୦ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, କୋରିଆ, ମେକ୍ସିକୋ, ରୁଷ୍, ବ୍ରିଟେନ, ଆମେରିକା ଆଦି ସଦସ୍ୟ ରହିଛନ୍ତି ।