୬୮ ବର୍ଷରେ ତୃତୀୟ ବିବାହ ବିବାହ କଲେ ଖ୍ୟାତନାମା ଓକିଲ ହରିଶ ସାଲଭେ । ବହୁ ଜଣାଶୁଣା ବ୍ୟକ୍ତି ଜଣାଇଲେ ଶୁଭେଚ୍ଛା

495

କନକ ବ୍ୟୁରୋ: ହଁ ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଖ୍ୟାତାନାମା ଓକିଲ ହରିଶ ସାଲଭେଙ୍କୁ ପୁଣିଥରେ ତାଙ୍କ ପ୍ରେମ ମିଳିଯାଇଛି । ୬୮ ବର୍ଷ ବୟସରେ ଲଣ୍ଡନରେ ନିଜ ବନ୍ଧୁଙ୍କ ଗହଣରେ ତୃତୀୟ ବିବାହ କରଛନ୍ତି ସାଲଭେ । ଏଥର ତାଙ୍କ ଜୀବନସାଥୀ ହୋଇଛନ୍ତି ତ୍ରିନା । ବିବାହର ସବୁ ଆୟୋଜନ ରବିବାର ଦିନ ଲଣ୍ଡନରେ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ଭାରତର ବଡ ବଡ ବିଜନେସମ୍ୟାନ ଓ ତାଙ୍କ ପରିବାର । ସାଲଭେଙ୍କ ବିବାହରେ ସାମିଲ ହୋଇଥିଲେ ନିତା ଅମ୍ବାନୀ, ଲଳିତମୋଦୀ, ଉଜ୍ଜ୍ୱଳା ରାଓଙ୍କ ଭଳି ବ୍ୟକ୍ତି ।

ରିସେପ୍ସନରେ ହରିଶଙ୍କ ନୂଆ ଜୀବନସାଥୀ ତ୍ରିନାଙ୍କୁ ସବୁଜ ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା । ଦୁହେଁ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ କରିଛନ୍ତି । ଏହାପରେ ଦୁହେଁ ରେଜିଷ୍ଟର୍ଡ ବିବାହ କରିଛନ୍ତି । ୬୮ ବର୍ଷ ଭିତରେ ଏହା ସାଲଭେଙ୍କ ତୃତୀୟ ବିବାହ । ଏହା ପୂର୍ବରୁ ୨୦୨୦ରେ ସାଲଭେ ନିଜ ପ୍ରଥମ ପତ୍ନୀ ମୀନାକ୍ଷୀ ସାଲଭେଙ୍କୁ ଛାଡପତ୍ର ଦେଇ ୫୬ ବଷୀୟା କ୍ୟାରୋଲିନ୍ ବ୍ରୋସାର୍ଡଙ୍କୁ ବିବାହ କରିଥିଲେ ।

ସାଲଭେଙ୍କ କହିବା ଅନୁସାରେ ନିଜର ବ୍ୟକ୍ତିଗତ ସମସ୍ୟାକୁ ନେଇ ମାନସିକ ଚିନ୍ତାରେ ଥିବା ସମୟରେ ଥରେ ଏକ ଆର୍ଟ ଇଭେଣ୍ଟର ତାଙ୍କର ଦେଖା କ୍ୟାରୋଲିନଙ୍କ ସହ ହୋଇଥିଲା । ସେ ସମୟରେ କ୍ୟାରୋଲିନ ତାଙ୍କୁ ବହୁତ ସପୋର୍ଟ କରିଥିଲେ । ସମୟ କ୍ରମେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏବଂ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଏ ବିବାହ ବେଶି ଦିନ ତିଷ୍ଠିଲା ନାହିଁ । ଏବେ କ୍ୟାରୋଲିନଙ୍କୁ ଛାଡପତ୍ର ଦେଇ ତ୍ରିନାଙ୍କୁ ବିବାହ କରିଛନ୍ତି ହରିଶ ସାଲଭେ ।

ସାଲଭେ ଦେଶର ସବୁଠୁ ଉଚ୍ଚ ପାଉଣା ନେଉଥିବା ଓକିଲ । ଅତି ଗୁରୁତ୍ୱପୁର୍ଣ୍ଣ ମାମଲାରେ ହସ୍ତକ୍ଷେପ କରିବାରେ ତାଙ୍କର ନାଁ ରହିଛି । ଆପଣଙ୍କୁ କହିରଖୁଁ ହରିଶ କେନ୍ଦ୍ର ସରକାର କରିଥିବା ୱାନ୍ ନେସନ୍ ୱାନ୍ ଇଲେକ୍ସନ କମିଟିର ସଦସ୍ୟ ଅଛନ୍ତି । ଭାରତ ପକ୍ଷରୁ ଅନ୍ତରାଷ୍ଟୀୟ ମଧ୍ୟସ୍ଥତା ମାମଲାରେ ଅନେକ ସମୟରେ ତାଙ୍କର ସମ୍ପୃକ୍ତି ରହିଆସିଛି । ୧୯୯୯ ନଭେମ୍ବର ୧ରୁ ଆରମ୍ଭ କରି ୨୦୦୨ ଡିସେମ୍ବର ୨ ତାରିଖ ଯାଏଁ ଭାରତର ସଲିସିଟର ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି । ୧୯୫୫ ଜୁନ୍ ୨୨ ତାରିଖରେ ମରାଠି ପରିବାରରେ ଜନ୍ମିତ ସାଲଭେ ଭାରତର ସବୁଠୁ ଅଧିକ ଦରମା ପାଉଥିବା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ମଧ୍ୟରେ ଜଣେ । ୨୦୧୫ରେ ସାଲଭେଙ୍କୁ ଭାରତର ସର୍ବୋଚ୍ଚ ପଦ୍ମ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଏକାଧିକ ବଡ ବଡ ମାମଲାରେ ନିଜର ଦକ୍ଷତା ଦେଖାଇଛନ୍ତି ହରିଶ ସାଲଭେ । ୨୦୧୫ରେ ହରିଶ ସାଲଭେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ହାଇପ୍ରୋଫାଇଲ ହିଟ ଆଣ୍ଡ ରନ୍ ମାମଲାକୁ ଉଠାଇଥିଲେ । ସାଲଭେଙ୍କୁ ସର୍ବୋଚ୍ଚ ନ୍ୟାୟଳରେ ପ୍ରଥମ ଥର ପାଇଁ ଆଣ୍ଟି ଡମ୍ପିଂ ମାମଲାରେ ଯୁକ୍ତି ସ୍ଥାପନ କରିବାକୁ ମାନ୍ୟତା ମିଳିଥିଲା । ବିଜନେସମ୍ୟାନ୍ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ନ୍ୟାଚୁରାଲ ରିସୋର୍ସେସ୍ ଲିମିଟେଡ୍ ବିରୋଧରେ କୃଷ୍ଣା ଗୋଦାବରୀ ବେସିନ୍ ଗ୍ୟାସ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବା କରିଥିଲେ ସାଲଭେ । ଏହାସହ ସାଲଭେ ଟାଟା ଗ୍ରୁପ୍, ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଆଇଟିସି ଗ୍ରୁପ ଭଳି କର୍ପୋରେଟ୍ କମ୍ପାନୀ ଗୁଡିକର ଓକିଲ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଏହି ଖ୍ୟାତନାମା ଓକିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକା ଦିନରେ ଖବରରେ ଅଛନ୍ତି ଏବଂ ଦେଶର ବଛାବଛା ବ୍ୟକ୍ତିଗଣ ତାଙ୍କ ତୃତୀୟ ବିବାହରେ ସାମିଲ ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।