ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଉଦଘାଟନ କଲେ ଦିଲ୍ଲୀ ଉପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଭାଷଣ ଦେବା ସମୟରେ ଗୁଞ୍ଜରିତ ହେଲା ମୋଦୀ ମୋଦୀର ନାରା

100

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ କମ୍ପିଲା ମୋଦି ମୋଦି ନାରା । ଆଉ ହାତଯୋଡ଼ିଦେଲେ କେଜ୍ରିୱାଲ । ମୋଦି ନାରା ଶୁଣିବା ପରେ ହାତ ଯୋଡ଼ି ନିଜ ଭାଷଣ ଶୁଣିବା ପାଇଁ କେଜ୍ରିୱାଲ ସମୟ ମାଗିବା ସହ ନାରା ପଛରେ ଦେବାକୁ କହିଛନ୍ତି । ଦିଲ୍ଲୀରେ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପୂର୍ବ ଦିଲ୍ଲୀ କ୍ୟାମ୍ପସର ଉଦଘାଟନ ଏଲଜି ବିନୟ ସକସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମିଳିତ ଭାବେ କରିଛନ୍ତି । ଉଦଘାଟନ ପରେ ଯେବେ ମଂଚରେ କେଜ୍ରିୱାଲ ନିଜର ଅଭିଭାଷଣ ଦେବା ଆରମ୍ଭ କଲେ ମଂଚ ସାମ୍ନାରୁ ମୋଦି-ମୋଦି ନାରା ଶୁଭିବା ଆରମ୍ଭ କରିଥିଲା । ପରେ ପରେ କେଜ୍ରିୱାଲଙ୍କ ସମର୍ଥକମାନେ ମଧ୍ୟ କେଜ୍ରିୱାଲ ଜିନ୍ଦାବାଦ ନାରା ଦେଇଥିଲେ । ଏହାକୁ ଦେଖି କେଜ୍ରିୱାଲ ଆଶ୍ଚର୍ଯ୍ୟହେବା ସହ କିଛି ସମୟ ରହିବାକୁ ହାତଯୋଡ଼ି ଥିଲେ । ଉଭୟଙ୍କୁ ଶାନ୍ତ ହେବାକୁ କହିଥିଲେ କେଜ୍ରିୱାଲ । ଏପରି ଯଦି କୋଳାହଳ କରିବେ ତେବେ ସେ ତାଙ୍କର କଥା କହିପାରିବେ ନାହିଁ ବୋଲି କେଜ୍ରିୱାଲ କହିଥିଲେ । ଦେଶରେ ଗଣତନ୍ତ୍ର ଅଛି ତେଣୁ ସମସ୍ତଙ୍କୁ ନିଜର କଥା କହିବାର ଅଧିକାର ଅଛି ବୋଲି ସେ କହିଛନ୍ତି । ତେବେ ଏହା ପରେ ମଧ୍ୟ ଶାନ୍ତ ହୋଇ ନଥିଲେ । ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନର ହସ୍ତକ୍ଷେପ ପରେ ପରସ୍ଥିତି ଶାନ୍ତ ହୋଇଥିଲା ।