ପୁଣିଥରେ ଦୁର୍ଘଟଣାର ଶିକାର ହେଲା ବନ୍ଦେ ଭାରତ, ଗାଈ ବାଡେଇ ହେବାରୁ ଖୋଲିଗଲା ଟ୍ରେନର ବୋଟନ୍

437

କନକ ବ୍ୟୁରୋ: ପୁଣିଥରେ ଦୁର୍ଘଟଣାର ଶିକାର ହୋଇଛି ସେମି ହାଇସ୍ପିଡ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ । ଦିଲ୍ଲୀରୁ ଭୋପାଳ ଯାଉଥିବାବେଳେ ଗ୍ୱାଲିଅର ପାଖରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଟ୍ରେନ ଆଗକୁ ଗାଈ ଆସିଯିବାରୁ ଟ୍ରେନର ସାମ୍ନାପଟ ବୋଟନ୍ ଖୋଲିଯାଇଥିବା ଜଣାପଡିଛି ।

ଏହି ଘଟଣା ପରେ ବନ୍ଦେ ଏକ୍ସପ୍ରେସ୍ ପାଖାପାଖି ୧୫ ମିନିଟ ଗ୍ୱାଲିଅର ଡବରା ଷ୍ଟେସନରେ ଅଟକି ରହିଥିଲା । ରେଲୱେ ଟେକ୍ନିକାଲ ଷ୍ଟାଫଙ୍କ ଦ୍ୱାରା ଷ୍ଟେସନରେ ବୋଟନକୁ ଠିକ କରାଯିବା ପରେ ଟ୍ରେନ ଚାଲିଥିଲା । ଏହା ପୂର୍ବରୁ ବି ଏକାଧିକ ଥର ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାର ଶିକାର ହୋଇସାରିଲାଣି ।