ଡେରାଡୁନରେ ରାକ୍ଷାସ ସ୍ୱାମୀଙ୍କ ବିରୋଧରେ ଆଜି ଆସିବ ଦଣ୍ଡାଦେଶ ! ଓଡ଼ିଆ ମହିଳା ଅନୁପମା ପ୍ରଧାନଙ୍କୁ ହତ୍ୟା ପରେ ୭୦ ଖଣ୍ଡ କରିଥିଲେ ସ୍ୱାମୀ, କାଲି ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ
କନକ ବ୍ୟୁରୋ : ଡେରାଡୁନରେ ବହୁ ଚର୍ଚ୍ଚିତ ଓଡ଼ିଆ ଝିଅ ହତ୍ୟା ମାମଲାରେ ଆଜି ହେବ ଦଣ୍ଡାଦେବ । ପ୍ରାୟ ୭ ବର୍ଷ ତଳେ ଡେରାଡୁନରେ ଘଟିଥିବା ଅନୁପମା ପ୍ରଧାନ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟ, ସ୍ୱାମୀ ରାଜେଶ ଗୁଲାଟୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି ବିଚାରପତି ବିନୋଦ କୁମାର ଏହି ମାମଲାରେ ଦେଣ୍ଡାଦେଶ ଶୁଣାଇବେ । ରାଜେଶ ଗୁଲାଟୀ, ତାଙ୍କ ପତ୍ନୀ ଅନୁପମାଙ୍କୁ ହତ୍ୟା କରିବା ପରେ ୭୦ ଖଣ୍ଡ କରି କାଟିବା ପରେ ଫ୍ରିଜରରେ ରଖିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପରେ ପୁଲିସ ଏସଂପର୍କରେ ସୁରାକ୍ ପାଇ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ କେବଳ ଉତରାଖଣ୍ଡ ନୁହେଁ ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଲା । ଅଭିଯୁକ୍ତ ରାଜେଶ ପେସାରେ ଇଂଜିନିୟର, ତାଙ୍କ ଘର ଦିଲ୍ଲୀର ସତ୍ୟ ନିକେତନ ଅଂଚଳରେ । ସେ ୧୯୯୯ ମସିହାରେ ଅନୁପମାଙ୍କୁ ବିବାହ କରିଥିଲେ । ପରେ ଉଭୟେ ଆମେରିକା ଚାଲିଯାଇଥିଲେ । ୨୦୦୮ରେ ତାଙ୍କର ଦୁଇଟି ଯାଆାଁଳା ସନ୍ତାନ ହୋଇଥିଲେ । ଆମେରିକାରୁ ଫେରି ଦିଲ୍ଲୀରେ ରହୁଥିବା ବେଳେ ୨୦୧୦ ଅକ୍ଟୋବର ୧୭ ତାରିଖ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଘଟଣା ପରେ ତାଙ୍କୁ ହତ୍ୟା କରି ୭୦ ଖଣ୍ଡ କରଥିଲେ ।