ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଆଉ ଏକ ଚିତାର ମୃତ୍ୟୁ । ଗତ ୪ ମାସ ମଧ୍ୟରେ ପ୍ରାଣ ହରାଇଲେଣି ୮ ଚିତା ବାଘ

224

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଶୁକ୍ରବାର ଆଉ ଏକ ଚିତା ବାଘର ମୃତ୍ୟୁ ହୋଇଛି । ଆଫ୍ରିକାରୁ ଆସିଥିବା ଅଣ୍ଡିରା ଚିତା ସୁରଜର ଶ୍ରକବାର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଗତ ଚାରି ମାସ ମଧ୍ୟରେ ୮ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି । ଗତ ମଙ୍ଗଳବାର ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଥିଲା । ଆଉ ଏହାର ତିନି ଦିନ ପରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଇ ଚିତା ସହ ମାରପିଟ୍ ଯୋଗୁ ଚିତା ତେଜସର ମୃତ୍ୟୁ ହୋଇଥିବା ସୂଚନା ମଳିଛି । ଏହା ପୂର୍ବରୁ ମାର୍ଚ୍ଚ ୨୭ରେ ମାଇ ଚିତା ଶଶାର କିଡନୀ ରୋଗ ଯୋଗୁ ମୃତ୍ୟୁ ହୋଇଥିଲା । ପ୍ରୋଜେକ୍ଟ ଚିତାରେ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଅଧାରୁ ଅଧିକ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି । ମୃତ ଚିତାଙ୍କ ମଧ୍ୟରେ ୪ ଟି ଚିତା ଛୁଆ ଅଛନ୍ତି । ତେବେ ଚିତା ଛୁଆଙ୍କର ବଞ୍ଚିବାର ଆଶା ବହୁତ କମ୍ ଥାଏ ବୋଲି ବାଘ ବିଶେଷଜ୍ଞମାନେ କହିଛନ୍ତି ।