କାଶ୍ମିରୀ ସନ୍ଦିଗ୍ଧ ସଂପର୍କରେ ସାଂଘାତିକ ସତ: ଧୀରେ ଧୀରେ ଖୋଲୁଛି ଗୁମର

577

କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀଙ୍କୁ ତୃତୀୟ ଦିନରେ ଜେରା ଚାଲିଛି । ଜେରାବେଳେ ଆସୁଛି ସଂଘାତିକ ସତ । କେବଳ ଯୁବତୀ ନୁହେଁ, ଯୁବକମାନଙ୍କୁ ବି ଚୂନ ଲଗାଇଛନ୍ତି ଏହି ସନ୍ଦିଗ୍ଧ ଆତଙ୍କବାଦୀ । ଚାକିରୀ କରାଇ ଦେବାକୁ କହି ଲୁଟିଥିଲେ ଟଙ୍କା । ବଡ଼ ବଡ଼ କମ୍ପାନୀରେ ଚାକିରୀ ଦେବାକୁ କହି ବେକାରୀ ଯୁବକମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଛି ବୁଖାରୀ । ୧୨ଟି ଡେଟିଙ୍ଗ ଆପରେ ଅଲଗା ଅଲଗା ନାଁରେ ଯୁବତୀଙ୍କ ସହିତ ରଖିଥିଲା ସମ୍ପର୍କ । ଭାରତୀୟ ଡେଟିଙ୍ଗ ଆପ ବ୍ୟବହାର ନକରି ବାହାର ଦେଶର ଆପ ସହାୟତାରେ ବିଛାଇଥିଲା ଜାଲ । ପର୍ଣ ସାଇଟରେ ନିୟୋଜିତ କରିଥିଲା ୫୭ ଜଣ ମହିଳା ।

ଆତଙ୍କୀ ଲିଙ୍କ ନେଇ ସୟିଦ ଈଶାନ ବୁଖାରୀକୁ ୩ ଦିନ ହେଲା ଗୁଡାଇ ତୁଡାଇ ଜେରା କରୁଛି ଏସଟିଏଫ୍ । ବୁଖାରୀ କ’ଣ ଉତର ଦେଉଛି. ଏ ନେଇ ଏସଟିଏଫ୍ କିଛି ସ୍ପଷ୍ଟ କରିନଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଯେଉଁ ତଥ୍ୟ ଆସୁଛି, ତାହା ସମସ୍ତଙ୍କୁ ଚକିତ କରିଦେବ । ମିଛ କହି ୭ ଜଣ ଯୁବତୀଙ୍କୁ ବିବାହ କରିବା ପରେ ଏହି ଧୋକାବାଜ ଆହୁରି ୧୨ ଜଣଙ୍କୁ ବିବାହ କରିବା ପାଇଁ ପ୍ରେମ ଜାଲରେ ଫସାଇ ଥିଲା । କେବଳ ବିବାହ ପାଇଁ ନୁହେଁ –

ଅଲଗା ଅଲଗା ନାଁରେ ୧୨ଟି ଡେଟିଂ ଆପ୍ରେ ଯୁବତୀଙ୍କ ସହ ଯୋଡ଼ିଥିଲା ସଂପର୍କ
କାଳେ ଧରାପଡିଯିବ, ଏହି ଭୟରେ ବିଦେଶୀ ଡେଟିଂ ଆପ୍ ଯୋଗେ ବିଛାଇଥିଲା ଜାଲ
ଏପଟେ ପର୍ନ ସାଇଟ୍ କରି ୫୭ ଜଣ ଯୁବତୀଙ୍କୁ ନିୟୋଜିତ କରି ନେଉଥିଲା ୨୫ ପ୍ରତିଶତ କମିସନ!
କେବଳ ସେତିକି ନୁହେଁ ଯୁବକମାନଙ୍କୁ ବି କୋଟି କୋଟି ଟଙ୍କାର ଚୂନା ଲଗାଇଛି ଏହି ସନ୍ଦିଗ୍ଧ ।
ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବେକାରି ଯୁବକଙ୍କୁ ଟାର୍ଗେଟ କରୁଥିଲା ବୁଖାରୀ
ବଡ଼ ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଲୁଟୁଥିଲା ଟଙ୍କା
ଜମ୍ମୁ କାଶ୍ମୀର ବ୍ୟାଙ୍କ ମିଶାଇ ୬ଟି ଆକାଊଂଟରେ ଟଙ୍କା କାରବାର ହୋଇଥିବା ସଂଦେହ କରାଯାଉଛି ।

ଏପଟେ ବୁଖାରୀ ପାଖରୁ ଜବତ ହୋଇଥିବା ୪ଟି ମୋବାଇଲ୍ ଫୋନରୁ ୨ଟି ଫୋନ ଖୋଲିବାରେ ସକ୍ଷମ ହୋଇଛି ଏସଟିଏଫ୍ । ଅନ୍ୟ ଦୁଇଟି ଫୋନ ଖୋଲିବା ପାଇଁ ଜାରି ରହିଛି ଉଦ୍ୟମ । ଏସଟିଏଫ୍ ଅଧିକାରୀ ସଂଦେହ କରୁଛନ୍ତି ଏହି ଦୁଇ ଫୋନରେ ଆତଙ୍କୀ ଲିଙ୍କ୍ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ସମ୍ଭାବନା ରହିଛି ।ଏପଟେ କିଛି ହ୍ୱାଟ୍ସଆପ୍ ଚାଟିଂ କୋଡ୍ ଭାଷାରେ ରହିଥିବାରୁ ଯାହାକୁ ବୁଝିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଛନ୍ତି ଅଧିକାରୀ । ପର୍ଯ୍ୟାୟ କ୍ରମେ ଆଇବି, ପଂଜାବ ଓ କାଶ୍ମୀର ପୁଲିସ ତାକୁ ଜେରା କରୁଛନ୍ତି ।