ବରୁଣ ଗାନ୍ଧିଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଦାଉଦର ସୁଟର ! ଦୁବାଇର ଆବୁଧାବିରୁ ଗିରଫ କଲା ପୋଲିସ

42

କନକ ବ୍ୟୁରୋ : ଦୁବାଇର ଆବୁଧାବିଠାରେ ଅଣ୍ଡରୱାର୍ଲଡ ଡନ ଦାଉଦ ଆବ୍ରାହିମର ଏକ ଲୋକ ବା ଆତଙ୍କବାଦୀକୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ କରାଯିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ପଦାକୁ ଆସିଛି । ସେହି ବ୍ୟକ୍ତି ଜଣକ ବିଜେପି ନେତା ବରୁଣ ଗାନ୍ଧିକୁ ମାରିବାକୁ ପ୍ଲାନ କରୁଥିବା କହିଛି । କିନ୍ତୁ ସେ କହିଛି ଏହି ପ୍ଲାନରେ କେବେ ବରୁଣଙ୍କୁ ମରାଯାଇ ଥାଆନ୍ତା ତାହାର ତାରିଖ ସ୍ଥିର ହୋଇ ନଥିଲା । ତେବେ ମୋର ଭାଗ୍ୟ ଖରାପ ମୁଁ ଆଜି ପୋଲିସ ହାତରେ ଧରା ପଡିଛି । ଏପରି ଭାବରେ ଆତଙ୍କବାଦୀ ଜଣକ କହିଥିବା ଖବର ମିଳିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ସେ ମାଙ୍ଗାଲୋର କୋର୍ଟରୁ ବେଲରେ ନେପାଳ ଦେଇ ଭାରତ ବାହାରକୁ ପଳାଇଥିବା ସେ କହିଛି । କିନ୍ତୁ ପୋଲିସ କହିଛି ଯେ , ଗିରଫ ହୋଇଥିବା ଆତଙ୍କବାଦୀ ଦାଉଦର ଖାସ ଲୋକ । ନେପାଳରେ ରହି ସମସ୍ତ ଆତଙ୍କବାଦର ଷଡଯନ୍ତ୍ର ଏ ମାନେ କରିଥାଆନ୍ତି । ୨୦୦୦ ମସିହାରେ ଗିରଫ ହୋଇଥିବା ଆତଙ୍କବାଦୀ ଦେହରେ ଗୁଳିବାଜିଥିଲା । ତେବେ ଏହାପରେ ମଧ୍ୟ ସେ ପୋଲିସ ହାତରୁ ଖସି ପଳାଇଥିଲା । ତା ନାମରେ ଅନେକ ହତ୍ୟା ମାମଲା ରହିଥିବା ଜଣାପଡିଛି ଯେବେଠାରୁ ସେ ମାଙ୍ଗାଲୋରଠାରୁ ଖସି ପଳାଇଥିଲା ସେବେଠାରୁ ପୋଲିସ ତାହା ଉପରେ ଲୁକ ଆଉତ୍ ନୋଟିସ ଜାରି କରିବା ସହ ରେଡ କାର୍ନର ନୋଟିସ ମଧ୍ୟ ଜାରି କରିଥିବା ଜଣାପଡିଛି ।

ଗିରଫ ହୋଇଥିବା ବ୍ୟକ୍ତି ଭାରତରେ ଆତଙ୍କବାଦ ଯୋଜନା କରିବାର ମୂଳ । ତେବେ ତାକୁ ଖୁବ୍ ଶୀଘ୍ର ଭାରତ ଅଣାଯିବ ବୋଲି ଜଣାପଡିଛି । ସୁରକ୍ଷା ଏଜେନ୍ସିଗୁଡିକ ଦାଉଦର ଗୋଟିଏ ପରେ ଗୋଟିଏ ଲୋକକୁ ଗିରଫ କରୁଛି । ସାରା ଦେଶରେ ଦାଉଦର ଅନେକ ଲୋକ କାମକରୁଥିବା ସହ ପାକିସ୍ଥାନରେ ଅନେକ ଆତଙ୍କବାଦ ଯୋଜନା ପ୍ରସ୍ତୁତ ହେଉଥିବା ସୁରାକ୍ ପାଇଛି ପୋଲିସ । ତେବେ ଏହି ଆତଙ୍କବାଦୀମାନେ ଲଗାତାର ଭାବରେ ଦୁବାଇ ଓ କରାଚୀ ମଧ୍ୟରେ ଯିବା ଆସିବା କରନ୍ତି । ସାଉଦି ଆରବରେ ମଧ୍ୟ ତାହାର ଅନେକ ଲୋକଥିବା ପୋଲିସ ସନ୍ଦେହ କରୁଛି । ଭାରତର ମୁମ୍ବାଇ ଘଟଣା ପରଠାରୁ ସେ ଭାରତ ବାହାରେ ବେଶି ରହିବା ସହ ଆତଙ୍କବାଦ କିପରି ହେବ ସେନେଇ ରଣନୀତି କରୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।