ମହମ୍ମଦ ମୋକିମଙ୍କ ସ୍ଥାନରେ ଲଢିବେ ଝିଅ ସୋଫିଆ । ପିସିସିର ମୋହରକୁ ଅପେକ୍ଷା, କର୍ମୀ ସମ୍ମିଳନୀରେ ସାମିଲ ହେଲେ ମୋକିମଙ୍କ ସହ ଦୁଇ ଝିଅ ।

169

କନକ ବ୍ୟୁରୋ: କଟକ-ବାରବାଟୀ ବିଧାନସଭା ଆସନରେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୌସଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ କର୍ମୀ ବୈଠକରେ ନିଷ୍ପତ୍ତି ହୋଇଛି । ଗତକାଲି ସନ୍ଧ୍ୟାରେ ମହମ୍ମଦ ମୋକିମ ଓ ସୋଫିଆ ଫିରଦୌସଙ୍କ ଉପସ୍ଥିତିରେ ଏହାସ୍ଥିର ହୋଇଛି । ଏନେଇ ପ୍ରସ୍ତାବ ପିସିସିକୁ ଦିଆଯିବ । ଆଉ ପିସିସି ଏ ବାବଦରେ ମୋହର ମାରିବ । ମଙ୍ଗଳବାର ଓଆରଏଚଡିସି ଦୁର୍ନୀତି ମାମଲାରେ ୩ବର୍ଷ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ସୁ୍ପ୍ରିମକୋର୍ଟ ମନା କରିଦେଇଥିଲେ । ଫଳରେ ଆଉ ନିର୍ବାଚନ ଲଢିପାରିବେ ନାହିଁ ମୋକିମ । ତେଣୁ ତାଙ୍କ ସ୍ଥାନରେ ମୋକିମଙ୍କ ଝିଅଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛନ୍ତି କଟକ-ବାଟବାଟୀର କଂଗ୍ରେସ କର୍ମୀ । ବର୍ତମାନ ସୁଦ୍ଧା କଟକ-ବାରବାଟୀରେ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ ।