ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ । ୧୦ ବସ୍ତା ଚାଉଳ ଡିଲରଙ୍କ ପାଖକୁ ପଠାଉଥିଲେ ଶିକ୍ଷୟିତ୍ରୀ ।

117

କନକ ବ୍ୟୁରୋ: ସ୍କୁଲ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ । ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବୁଡେଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପିଲାଙ୍କ ଚାଉଳ ବିକ୍ରି କରୁଥିବା ଅଭିଯୋଗ ଆଣି ଗ୍ରାମବାସୀ ସ୍କୁଲରେ ହୋହଲ୍ଲା କରିଛନ୍ତି । ସୂଚନା ଅନୁସାରେ ପିଲାଙ୍କ ଖରା ଛୁଟି ଆରମ୍ଭ ହେଉଥିବାରୁ ସ୍କୁଲର କିଛି ପିଲାଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା । ଏହାପରେ ବଳକା ୧୦ ବସ୍ତା ଚାଉଳକୁ ଏକ ଟ୍ରଲିରେ ବୋଝେଇ କରି ନିକଟସ୍ଥ ଡିଲରଙ୍କ ନିକଟକୁ ପଠାଉଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ଅଧରାସ୍ତାରେ ଚାଉଳ ବୋଝେଇ ଟ୍ରଲିକୁ ଗ୍ରାମବାସୀ ଅଟକ ରଖି ସ୍କୁଲକୁ ଆସି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରାଉ କରିଥିଲେ । ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚରା ଯିବାରୁ ସ୍କୁଲ ଛୁଟି କାରଣରୁ ଚାଉଳକୁ ସୁରକ୍ଷିତ ରଖିବାକୁ ଡିଲର ପାଖକୁ ପଠାଉଥିଲେ ବୋଲି ସଫେଇ ଦେଇଛନ୍ତି । ଏନେଇ ବିଇଓ ନାରାୟଣ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେଭଳି କୌଣସି ନିର୍ଦ୍ଦେଶ ନାହିଁ, ପ୍ରଧାନ ଶିକ୍ଷୟିତ୍ରୀ ମନ ମୁତାବକ କାମ କରିଛନ୍ତି । ଏହାର ତଦନ୍ତ କରାଯାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।