କନକ ବ୍ୟୁରୋ : ପୁଣି ଯୁବକଙ୍କୁ ଟାଣିନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀକୁ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି । ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଅଭୟ ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ୨ ମାସ ମଧ୍ୟରେ ୪ଜଣଙ୍କୁ କୁମ୍ଭୀର ଟାଣି ନେଲାଣି । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ନଈକୂଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp