ପୂର୍ବତନ ଓଡିଶା ରଣଜୀ ଟିମ୍ ଅଧିନାୟକ ହଳଧର ଦାସ ଘଟାଇଲେ ଦୁର୍ଘଟଣା ! ବେପରୁଆ ଗାଡ଼ି ଚଳାଇ ଦେଲେ ଧକ୍କା

35

କନକ ବ୍ୟୁରୋ : କଟକରେ କ୍ରିକେଟରଙ୍କ ହିଟ୍ ଆଣ୍ଡ ରନ୍ । ରାସ୍ତା ଉପରେ ମଦ ପିଇ ବେପରୁଆ ଗାଡି ଚାଳନା । ଓଡିଆ କ୍ରିକେଟର ତଥା ପୂର୍ବତନ ରଣଜୀ ଟିମ୍ ଅଧିନାୟକ ହଳଧର ଦାସ ଘଟାଇଛନ୍ତି ସିରିଜ୍ ଦୁର୍ଘଟଣା । କଟକର ଗହଳି ଅଂଚଳରେ ଏକାଧିକ ଗାଡିକୁ ଧକ୍କାଦେଇଛି ତାଙ୍କ ଗାଡି ।

କଟକର ମାତାମଠ ଅଂଚଳରୁ ଏକ ସୁଜୁକି ସ୍ୱିଫ୍ଟ ଗାଡିରେ ଦ୍ରୁତ ଗାଡି ଚଳାଇ ଦୁଇଟି ଦୁର୍ଘଟଣା ଘଟାଇଛନ୍ତି ଏହି କ୍ରିକେଟର ଜଣକ । ଏଥିରେ ସେ ବି ସାମାନ୍ୟ ଆହତ ହୋଇଛନ୍ତି । ପରେ ସ୍ଥାନୀୟ ଲୋକେ ହଲଧରଙ୍କୁ କାବୁ କରି ବିଡାନାସୀ ପୋଲିସକୁ ଜିମା ଦେଇଛନ୍ତି । ପୋଲିସ ଆହତ ହଳଧରଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛନ୍ତି । ପରେ ଯେଉଁ ଅଂଚଳରେ ତାଙ୍କ ଗାଡି ଦୁର୍ଘଟଣା ଘଟାଇଛି ସେସବୁ ଥାନାକୁ ତାଙ୍କୁ ପଠାଯିବ ।