ଆଜିଠୁ ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌ ବିକ୍ରି : ବାରବାଟୀରେ ଜଲୱା ଦେଖାଇବେ ରଣବୀର ସିଂହ ଓ ଦିଶା ପଟାନୀ

250

କନକ ବ୍ୟୁରୋ : ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ବିକ୍ରି । ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଦିନ ୧୨ଟାରୁ ପେଟିଏମ୍ ଇନସାଇଡରରେ ଏହି ଅନଲାଇନ୍ ଟିକେଟ୍ ଉପଲବ୍ଧ ହେବ । ଟିକେଟ୍ ଦାମ୍ ୨୫୦ରୁ ୫୦୦ ଟଙ୍କା ରଖାଯାଇଛି ।

ଉଦଘାଟନୀ ଉତ୍ସବକୁ ରେମାଞ୍ଚକର କରିବା ପାଇଁ ଜୋରସୋରରେ ଉଦ୍ୟମ କରାଯାଉଛି । ଉଦଘାଟନୀ ଉତ୍ସବର ନାଁ ‘ସେଲିବ୍ରେସନ୍’ ରଖାଯାଇଛି । ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୁର ମନୋରଞ୍ଜନ ରହିବ । ବଲିଉଡ୍ ତାରକା ରଣବୀର ସିଂହ ଓ ଦିଶା ପଟାନୀଙ୍କ ସହ ପ୍ରସିଦ୍ଧ କେ-ପପ୍ ବ୍ୟାଣ୍ଡ ବ୍ଲାକ ସ୍ୱାନ୍ ଗ୍ରୁପ୍, ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜର ଜଲୱା ଦେଖାଇବେ ।

ସୁନାମଧନ୍ୟ କଣ୍ଠ ଶିଳ୍ପି ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍‌ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜ୍‌କୁ ଆସିବେ । ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି ।