ଦୁନିଆର ୫ମ ସବୁଠାରୁ ଭୟଙ୍କର ରୋଗ COPD ! ଧୂମ୍ରପାନ କରୁନଥିବା ବ୍ୟକ୍ତି ମଧ୍ୟ ବିପଦ ଘେରରେ

355

ସାରା ବିଶ୍ୱରେ ୫ମ ସବୁଠାରୁ ଭୟଙ୍କର ରୋଗ ହେଲା ସିଓପିଡ଼ି(Chronic obstructive pulmonary disease) । ସବୁବେଳେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥାଏ । ବା ଏହାକୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ରୋଗ ବୋଲି କୁହାଯାଏ । ତେବେ ବର୍ତ୍ତମାନ ଏହି ରୋଗ ଧୂମ୍ରପାନ କରୁନଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବିପଦର କାରଣ ସାଜିଛି । କାରଣ ପାଖାପାଖି ଏକ ଚତୁର୍ଥାଂଶ ରୋଗୀ ସିଓପିଡ଼ିଗ୍ରସ୍ତ ଅଛନ୍ତି, ଯେଉଁମାନେ କେବେ ଧୂମ୍ରପାନ କରିନାହାନ୍ତି ।

ବିକାଶଶୀଳ ଦେଶଗୁଡ଼ିକରେ ସିଓପିଡ଼ି ହେଉଥିବା ୫୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ବାୟୋମାସ ଧୂଆଁ ଯୋଗୁଁ ହୋଇଥାଏ । ଯେଉଁଥରେ ଥାଆନ୍ତି ୭୫ ପ୍ରତିଶତ ମହିଳା । ବାୟୋମାସ ପରି ଇନ୍ଧନ କାଠ, ପଶୁଙ୍କ ଗୋବର, ଫସଲର ଅବଶେଷ, ଧୂମ୍ରପାନ କରିବା ପରି ହାନିକାରକ ସାବ୍ୟସ୍ତ ହୋଇଥାଏ । ଏଥିପାଇଁ ମହିଳାଙ୍କୁ ଉଙଚଊ ରୋଗ ହେବାର ଅଧିକ ଆଶଙ୍କା ଥାଏ । ଗ୍ରାମୀଣ ଅଂଚଳରେ ମହିଳାମାନେ ଅଧିକ ସୟମ ରୋଷେଇ ଘରେ ବିତାନ୍ତି । ଆଉ ସେମାନଙ୍କ ପାଇଁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ ।

ବାୟୋମାସ ଇନ୍ଧନ ବ୍ୟତୀତ ବର୍ତ୍ତମାନର ବାୟୁ ପ୍ରଦୂଷଣର ସ୍ଥିତି ଯୋଗୁଁ ସିଓପିଡ଼ିର ଚିନ୍ତା ଅଧିକ ବଢ଼ାଇଦେଇଛି । ବାୟୁ ପ୍ରଦୂଷଣ ଦୃଷ୍ଟିରୁ ୨୦ ସହର ଭିତରେ ଭାରରତ ୧୦ଟି ସହର ସାମିଲ ରହିଛି । ତେଣୁ ଏହି ଭୟଙ୍କର ରୋଗ ହେବାର ଆଶଙ୍କା ମଧ୍ୟ ଭାରତରେ ଅଧିକ ରହିଥିବା ସୂଚନା ।