ଯାତ୍ରା ମଞ୍ଚ ଉପରକୁ ଜୋତାମାଡ ଘଟଣାରେ ବଢିଲା ବିବାଦ । ନଗ୍ନ ନୃତ୍ୟ ଅଭିଯୋଗରେ ଚପଲ ଫୋପାଡିଥିଲେ ମହିଳା ।

391

କନକ ବ୍ୟୁରୋ: ଯାତ୍ରାର ରେକର୍ଡ ଡ୍ୟାନ୍ସ ଚାଲିଥିବାବେଳେ, ନଗ୍ନ ନୃତ୍ୟ ଅଭିଯୋଗରେ ଜଣେ ମହିଳା ଚପଲ ଫୋପାଡି ପ୍ରତିବାଦ କରିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିବା ଏକ ଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ରାନୀଙ୍କ ନାଚକୁ ଜଣେ ମହିଳା ବିରୋଧ କରିଥିଲେ । ଆଉ ରାନୀଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ । ଫଳରେ ଯାତ୍ରା କିଛି ସମୟ ପାଇଁ ବନ୍ଦ ହୋଇଥିଲା । ଚପଲ ଫୋପାଡ଼ିଥିବା ମହିଳା ଜଣକ ମନ୍ଦାକିନୀ ପଣ୍ଡା ବୋଲି ଜଣାପଡ଼ିଛି । ସେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି । ସେ ଯାହା କରିଛନ୍ତି ଠିକ୍ କରିଛନ୍ତି । ଏହା ନାଚ ନୁହେଁ, ଅଙ୍ଗ ପ୍ରଦର୍ଶନ ଥିଲା ବୋଲି କହିଛନ୍ତି ମନ୍ଦାକିନୀ । ସେପଟେ ସୀମା ଭିତରେ ରହି ନାଚିଥିବା କହିଛନ୍ତି ରାନୀ ପ୍ରିୟଦର୍ଶିନୀ । କିନ୍ତୁ ଏହି ଘଟଣାଟିର ଏକ ସୁକ୍ଷ୍ମ ବିଶ୍ଳେଷଣ ଜରୁରୀ । ବର୍ଷ ବର୍ଷ ଧରି ଯାତ୍ରାରେ ରେକର୍ଡ ଡ୍ୟାନ୍ସ ପରିବେଷଣ କରାଯାଉଛି । ଆଉ ଏହାର ଦର୍ଶକ ସଂଖ୍ୟା ବହୁତ ଅଧିକ । ଅନେକ କୁହନ୍ତି ଯାତ୍ରା ଦେଖିବା ଅପେକ୍ଷା ରେକର୍ଡ ଡ୍ୟାନ୍ସ ଦେଖିଲେ ମନ ଖୁସି ହୋଇଯାଏ । ହେଲେ ଭଦ୍ରକର ଏହି ଘଟଣା ସାରା ଓଡିଶା ଓ କଳାଜଗତ ପାଇଁ ଏକ ଭିନ୍ନ ବାର୍ତ୍ତା ରଖୁଛି ।