ଏକ କୁକୁଡ଼ା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଭୀଷଣ ଯୁଦ୍ଧ ! ମଧ୍ୟପ୍ରଦେଶ ଓ ଛତିଶଗଡ ମୁହାଁମୁହିଁ, ପଢ଼ନ୍ତୁ କ’ଣ ଥିଲା ପୁରା ବିବାଦ ?

102

କୁକୁଡ଼ା ପାଇଁ ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ କୁକୁଡ଼ା ପାଇଁ ବିବାଦ ଉପୁଜିଛି । ତେବେ ଆପଣ ଆଶଶ୍ଚର୍ଯ୍ୟ ହେଉଥିବେ ଏବଂ ଭାବୁଥିବେ କେବଳ ଏକ କୁକୁଡ଼ା ପାଇଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ କାହଁକି ବିବାଦ ଲାଗିଛି । ସୂଚନା ଅନୁସାରେ କଡ଼କନାଥ କୁକୁଡାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଚାଲିଛି ଭୀଷଣ ଯୁଦ୍ଧ । ଉଭୟ ରାଜ୍ୟରେ କଡ଼କନାଥ କୁକୁଡାକୁ ନେଇ ବିବାଦର ବଢିବାରେ ଲାଗିଛି । ତେବେ ଏହି ପ୍ରଜାତିର କୁକୁଡାକୁ ଜିଆଇ ଟ୍ୟାଗ(ଭୌଗୋଳିକ ସଂକେତକ) ପାଇଁ ଉଭୟ ରାଜ୍ୟ ନିଜସ୍ୱ ଦାବି ଜାହିର କରୁଛନ୍ତି । ଦୁଇ ପଡୋଶୀ ରାଜ୍ୟ କଳାଡ଼େଣା ଥିବା ଏହି ସ୍ୱତନ୍ତ୍ର ପ୍ରଜାତିର କୁକୁଡ଼ାକୁ ନେଇ ‘ଜିଆଇ ଟ୍ୟାଗ’ ପ୍ରାପ୍ତ କରିବା ନିମନ୍ତେ ଚେନ୍ନାଇ ଭୌଗଳିକ ସାଂକେତକ କାର୍ଯ୍ୟଳାୟରେ ଆବେଦନ କରିଛନ୍ତି ।

ମଧ୍ୟପ୍ରଦେଶର ଦାବି କରିଛି, କଡ଼କନାଥ କୁକୁଡାର ଉତ୍ପତ୍ତି ପ୍ରଦେଶର ଝାବୁଆ ଜିଲ୍ଲାରେ ହୋଇଥିଲା । ସେପଟେ ଛତିଶଗଡ଼ର ମତରେ କଡ଼କନାଥ କୁକୁଡା ପ୍ରଦେଶର ଦଂତେୱାଡା ଜିଲ୍ଲାରେ ନିଆରା ଉପାୟରେ ପାଳନ କରନ୍ତି । ସେଠାରେ ଏହାର ସଂରକ୍ଷଣ ଓ ପ୍ରାକୃତିକ ପ୍ରଜନନ ହୋଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, କଡ଼କନାଥ କୁକୁଡାରେ ଆଇରନ ଓ ପ୍ରୋଟିନ ଭରପୁର ମାତ୍ରା ରହିଛି । ଏହା ଛଡା କୋଲେଷ୍ଟ୍ରୋରେଲର ମାତ୍ରା ଅନ୍ୟ ପ୍ରାଜିତର କୁକୁଡା ଅପେକ୍ଷା ଏହି ପ୍ରଜାତିର କୁକୁଡ଼ା ଠାରେ ଖୁବ କମ ମିଳିଥାଏ । ଏହା ବ୍ୟତୀତ ଅନ୍ୟ ପ୍ରଜାତିର କୁକୁଡାରୁ ଅପେକ୍ଷା ଏହି କୁକୁଡାକୁ ଅଧିକ ଟଙ୍କାରେ ବିକ୍ରି କରାଯାଏ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କୁକୁଡାର ରଂଗ ସମ୍ପୂର୍ଣ୍ଣ କଳା ।