ସିଆଇଏସଏଫରେ ଆବେଦନ ଲାଗି ଆଜି ଶେଷ ତାରିଖ, ଆପଣ ଭୁଲି ନାହାନ୍ତି ତ ?

39

ସିଆଇଏସଏଫରେ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ୪୪୭ଟି ଖାଲି ପଦବୀ ପାଇଁ ଆବେଦନ କରିବାର ଆଜି ଶେଷ ଦିନ । ଇଚ୍ଛୁକ ପ୍ରାର୍ଥୀ ଏହି ବିଭାଗର ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ପଦବୀ ଓ ଯୋଗ୍ୟତା ସଂପର୍କିତ ସୂଚନା ନିମ୍ନରେ ଆଲୋଚନା କରିଛୁ ।

ପଦବୀ ସଂଖ୍ୟା : ୪୪୭

କେମିତି କରିବେ ଆବେଦନ ? : ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ cisf.gov.in କୁ ଯାଇ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ କୈାଣସି ବି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ରୁ ୨୭ ବର୍ଷ ଭିତରେ ହେବା ଉଚିତ୍, ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ କୈାଣସି କଟକଣା ନାହିଁ ।

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଓ ଇଣ୍ଟଭ୍ୟୁ ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

ମାସିକ ବେତନ : ୫୨୦୦ ରୁ ୨୦,୨୦୦ ଟଙ୍କା ମଧ୍ୟରେ