କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଇଡି ନୋଟିସ୍ ମାମଲା: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ନୋଟିସ୍ ଜାରି କିଛି ପ୍ରବର୍ତନ ନିର୍ଦ୍ଦେଶାଳୟ

113

କନକ ବ୍ୟୁରୋ: ମନି ଲଣ୍ଡ୍ରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ନୋଟିସ୍ ପରେ ସେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଆଜି ଦିଲ୍ଲୀରେ ହାଜର ହେବାକୁ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା । ଇଡି ନୋଟିସକୁ ଚ୍ୟାଲେଂଜ କରି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶିବକୁମାର । କିନ୍ତୁ ତାଙ୍କ ଆବେଦନକୁ କୋର୍ଟ ରଦ୍ଦ କରିଦେଇଛନ୍ତି ।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସେ କହିସାରିଛନ୍ତି ଯେ ଇଡି ନିକଟରେ ସେ ହାଜର ହେବେ କିନ୍ତୁ ଏଥିପାଇଁ ତାଙ୍କ ନିକଟରେ କଣ ସବୁ ବିକଳ୍ପ ରହିଛି ସେଥିପ୍ରତି ବି ସେ ଦୃଷ୍ଟି ଦେବେ ବୋଲି ଶିବକୁମାର କହିଛନ୍ତି । ଏହାସହ ଇଡି ତାଙ୍କୁ ନୋଟିସ ଦେବା ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏହାର ମଜା ନେଉ ବିଜେପି ବୋଲି ବିଜେପିକୁ ଟାର୍ଗେଟ କରିଛନ୍ତି ଡିକେ ଶିବକୁମାର । ତେବେ ସେ କୌଣସି ଭୁଲ୍ କାମ କରିନାହାନ୍ତି ଏବଂ ଯେକୌଣସି ପ୍ରଶ୍ନରେ ପଚରାଉଚରା ପାଇଁ ରାଜି ଅଛନ୍ତି ବୋଲି ଶିବକୁମାର ଦୃଢୋକ୍ତି କରିଛନ୍ତି । ତେବେ ତାଙ୍କର କିଛି ବ୍ୟକ୍ତିଗତ କାମ ଥିବାରୁ ସେ ବିଳମ୍ବରେ ପହଂଚିବେ ବୋଲି କହିଛନ୍ତି ।