କଂଗ୍ରେସ ଖୋଜୁଛି ଦଳୀୟ କନ୍ଦଳର ସମାଧାନ ବାଟ : ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକଙ୍କ ବୈଠକ ଶେଷ

22

କନକ ବ୍ୟୁରୋ : ପୁଣି ଥରେ ଏକତା ଦେଖାଇଛନ୍ତି କଂଗ୍ରେସ ଦଳର ସମସ୍ତ ବିଧାୟକ । କଂଗ୍ରେସ ଭବନରେ ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକଙ୍କ ବୈଠକ ଶେଷ ହୋଇଛି । ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ସମସ୍ତ ବିଧାୟକ ଆଲୋଚନାରେ ସାମିଲ ହୋଇଥିଲେ । ଆଲୋଚନାରେ ସାଂସଦ ରଞ୍ଜୀବ ବିଶ୍ୱାଳ ସାମିଲ ହୋଇଥିଲେ । ରଞ୍ଜୀବ ଆଲୋଚନାରୁ ବାହାରିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଦଳ କିଭଳି ସୁଦୃଢ଼ ହେବ ସେ ନେଇ ଆଲୋଚନା ହୋଇଛି ।

ଏହା ପୂର୍ବରୁ ପୂର୍ବାହ୍ନରେ କଂଗ୍ରେସ ଦଳର ପୂର୍ବତନ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ । ସେହିପରି ରାଜ୍ୟ କଂଗ୍ରେସରେ ନେତୃତ୍ୱ ନେଇ ଦ୍ୱନ୍ଦ୍ୱ ଥିଲା, ଅଛି, ରହିବ ବୋଲି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି । ଗତକାଲି କଂଗ୍ରେସ ଜିଲ୍ଲା ସଭାପତି, ବିଭିନ୍ନ ସାମ୍ମୁଖ୍ୟ ମୁଖ୍ୟ ତଥା ପିସିସି କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲେ ଏଆଇସିସି ପର୍ଯ୍ୟବେକ୍ଷକ ।

ତେବେ ଏହି ଆଲୋଚନାରେ ପର୍ଯ୍ୟବେକ୍ଷକମାନେ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଥିଲେ । କିନ୍ତୁ ଆଲୋଚନା ବେଳେ ପିସିସି ପରିବର୍ତନ ପ୍ରସଙ୍ଗ ଉଠି ନଥିଲା । ପର୍ଯ୍ୟବେକ୍ଷକମାନେ ତିନି ଦିନ ଧରି ସାକ୍ଷାତ ଆଲୋଚନା କରିବା ପରେ ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ଦେବେ ।