କଂଗ୍ରେସ ସରକାର ବର୍ତମାନ ଶାସନରେ ଥିଲେ ଦେଶରେ ୪.୯୧ କୋଟି ଟଙ୍କା ଭ୍ରଷ୍ଟାଚାରରେ ନଷ୍ଟ ହୋଇସାରନ୍ତାଣି : ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି

117

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବାରାଣାସୀରେ ମୋଦି କହିଛନ୍ତି ଯେ, କଂଗ୍ରେସ ସରକାର କେବେ ଦେଶରେ ଭ୍ରଷ୍ଟାଚାର ରୋକିବା ପାଇଁ ଚେଷ୍ଟା କରିନଥିଲ । କେବଳ ଚେଷ୍ଟା କରିନଥିଲେ ତାହା ନୁହେଁ ବରଂ ଏନେଇ ତାଙ୍କର କୌଣସି ଇଚ୍ଛା ଥିବା ଭଳି ମନେହେଉ ନାହିଁ । ଏହାସହ ସେ କହିଛନ୍ତି ଯେ , ବିଜେପି ସରକାର ଆସିବା ପରଠାରୁ ଦେଶରେ ଅନେକ ବିକାଶ ହୋଇଛି । କଂଗ୍ରେସ ସରକାର ସମୟରେ ଯାହା ହୋଇପାରିନଥିଲା ତାହା ମୋଦି ସରାକାର ସମୟର ହୋଇଛି । ମୋଦି ରାଜୀବ ଗାନ୍ଧୀଙ୍କ ନାଁ ନନେଇ କହିଥିଲେ ଯେ, ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଲୋକମାନଙ୍କ ପାଇଁ ୧୦୦ ଟଙ୍କା ପଠାଇଲେ ତାହା ରାଜ୍ୟରେ ପହଞ୍ଚାଇବା ସମୟରେ ୧୫ ଟଙ୍କା ହୋଇଥାଏ ।

ବାକି ୮୫ ଟଙ୍କା ଭ୍ରଷ୍ଟାଚାର ହୋଇଥାଏ । ତେଣୁ ସେହି ସମୟରେ ଦେଶରେ କେଉଁ ପ୍ରକାର ଭ୍ରଷ୍ଟାଚାର ହେଉଥିଲା ତାହା ଜଣାଯାଏ । ମଧ୍ୟବିତ ପରିବାର ସରକାରଙ୍କୁ ସଟିକ ଭାବରେ କର ଦେବାରେ ବ୍ୟସ୍ତ ଓ ସେହି ସମୟରେ ସରକାରଙ୍କ ଟଙ୍କା ୮୫ ପ୍ରତିଶତ ଭ୍ରଷ୍ଟାଚାରରେ ଲିପ୍ତ ବୋଲି ମୋଦି କହିଛନ୍ତି । ମୋଦି ଆହୁରି ମଧ୍ୟ ଜନସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବର୍ତମାନ ଦେଶ କେମିତି ଚାଲିୁଛି ତାହା ମୁଁ ଆପଣଙ୍କୁ କହୁଛି । ବର୍ତମାନ ପୂର୍ବରୁ ଯେଉଁପରି ୮୫ ପ୍ରତିଶତ ଟଙ୍କା ଚୋରି ହେଉଥିଲା ତାହାକୁ ବର୍ତମାନ ସମୟରେ ସମ୍ପୂର୍ଣ୍ଣ ଭାବରେ ରୋକାଯାଇଛି । ଯଦି ଆମେ ମାନେ ସିଷ୍ଟମରେ ପରିବର୍ତନ ନକରିଥାଆନ୍ତେ ତେବେ ଏବେବି ସେହିପରି ଭାବରେ ଲୁଟ ହୋଇଥାଇନ୍ତା । କିନ୍ତୁ ବିଜେପି ସରକାର ଆସିବା ପରେ ଲୋକମାନଙ୍କ ତାହାର ସୁବିଧା ଦେଉଛି ।

ଲୋକମାନଙ୍କ ସହ କିପରି ଭାବରେ ଯୋଡି ହେବେ ଏବଂ ଜନସାଧାରଣ ସରକାରଙ୍କ ସମସ୍ତ ସୁବିଧା ପାଇବେ ତାହା ଉପରେ ସରକାର କାମ କରୁଛନ୍ତି । ମୋଦି କହିଛନ୍ତି ଯେ, ଆମ ସରକାରକୁ ଲୋକମାନେ ବିଶ୍ୱାସ କରି ଭୋଟ ଦେଇଛନ୍ତି । ତେଣୁ ବିଗତ ଦିନରେ ଶାସନରେ ଥିବା ସରକାର ଯାହା କରିନଥଲା ବର୍ତମାନ ସରକାର ତାହା କରିଦେଖାଇଛି ବୋଲି ମୋଦି କହିବା ସହ ଆଗାମୀ ଦିନରେ ମଧ୍ୟ ଲୋକଙ୍କ ପାଇଁ ଆମ ସରାକର କାମ କରିବ ବୋଲି ମୋଦି କହିଛନ୍ତି ।