କନକ ବ୍ୟୁରୋ : ସାରା ଦେଶରେ ଜନ ଆକ୍ରୋଶ ଦିବସ ପାଳୁଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ବନ୍ଦ ପାଳନ ନୁହେଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରୋଶ ମାର୍ଚ୍ଚ କରାଯାଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବି ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ କଂଗ୍ରେସର ଆକ୍ରୋଶ ଶୋଭାଯାତ୍ରା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ କର୍ମୀମାନେ ମୋଦି ସରକାରଙ୍କ ବିରୋଧରେ ନାରାବାଜି ଦେଇ ଶୋଭାଯାତ୍ରା କରିଛନ୍ତି । ଏନଡିଏ ସରକାରଙ୍କ ଅରାଜକତାରେ ଲୋକ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଲୋକଙ୍କୁ ହଇରାଣ କରିବା ପାଇଁ ମୋଦି କଳାଧନର ନାମ ନେଇ ଏଭଳି ନିଷ୍ପତି ନେଇଛନ୍ତି । ଯାହାକୁ କଂଗ୍ରେସ ବିରୋଧ କରୁଛି ।