ଜିରୋ ନାଇଟ୍ ଓ ନୂଆବର୍ଷ ପାଇଁ ପୋଲିସର ଗାଇଡଲାଇନ୍ : ମଦ ପିଇ ଗାଡ଼ି ଚଲାଉଥିଲେ ହେବ କାର୍ଯ୍ୟାନୁଷ୍ଠାନ

196

କନକ ବ୍ୟୁରୋ : ରାଜଧାନୀରେ ନୂଆବର୍ଷ ସେଲିବ୍ରେସନ ପୋଲିସ ନଜରରେ ରହିବ । ଏଥିପାଇଁ କମିଶନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିବା ସହିତ କଟକଣା ଜାରି କରିଛି । ଯେହେତୁ ଏଥର କୌଣସି କଟକଣା ନାହିଁ ଲୋକମାନେ ନୂଆବର୍ଷ ପାର୍ଟିରେ ଯୋଗ ଦେବେ । ତେଣୁ ସନ୍ଧ୍ୟା ୭ଟା ରୁ ୨ଟା ପର୍ଯ୍ୟନ୍ତ ଚାଲିବ ପୋଲିସର ଚେକିଂଗ ବ୍ଲକିଙ୍ଗ । ଯେଉଁ ହୋଟେଲ ଜିରୋ ନାଇଟ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ସେଠାରେରେ ସ୍ୱତନ୍ତ୍ର ପୋଲିସ ନିୟୋଜିତ ହେବେ ।

୨୮ଟି ଜାଗାରେ ଚେକ ପୋଷ୍ଟ କରାଯିବ । ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଗାଡି ଚାଳନା କରୁଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ ପିଉଥିବା ଗାଡି ଚାଳକଙ୍କ ଉପରେ ନଜର ରଖାଯିବ । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ୍ ରହିବ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବେ । ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଜନଗହଳିକୁ ନଜରରେ ରଖି ସେହି ସ୍ଥାନରେ ୧୦ ସେକ୍ସନ ପୋଲିସ ଫୋର୍ସ ହେବେ ମୁତୟନ ରହିବେ । ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ଟ୍ରାଫିକ ଆଡଭାଇଜରି ଜାରି କରାଯିବ । ସେହିପରି ନୂଆବର୍ଷ ଦିନ ପର୍ଯ୍ୟଟନ ସ୍ଥଳୀରେ ସ୍ୱତନ୍ତ୍ର ଅଫିସର ନଜର ରଖିବେ । ବାହାରେ ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ଟା ପର୍ଯ୍ୟନ୍ତ ଏବଂ ହୋଟେଲ ଇଣ୍ଡୋରରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ମିଳିବ ।