ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ : ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ; ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ରାଜୁତି

68

କନକ ବ୍ୟୁରୋ : ୨ବର୍ଷର କରୋନା କଟକଣା ପରେ ମଥୁରା ନଗରୀରରେ ବସିଛି କଂସ ଦରବାର । ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ମହାରାଜ କଂସ ରଙ୍ଗମହଲର ଉଦଘାଟନ କରିବେ । ସେପଟେ ଦେବକୀଙ୍କ ଅଷ୍ଟମ ର୍ଗରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ । ପ୍ରଥମ ଦିନରେ ମୁକ୍ତାକାଶ ରଂଗମଂଚରେ ଦେବକି ବାସୁଦେବଙ୍କ ବାହାଘର, ଯୁବରାଜ କଂସଙ୍କର ରାଜ୍ୟାଭିଷେକ ଭଳି ପ୍ରମୁଖ ଦୃଶ୍ୟ ଅଭୀନିତ ହେଉଛି । ବରଗଡରେ କଂସଙ୍କ ରାଜ୍ୟାଭିଷେକ ଚାଲିଥିବା ବେଳେ ଆମ୍ବାପାଲିଠାରେ ଗୋପପୁରର ଦୃଶ୍ୟ ଅଭିନୀତ ହୋଇଛି । ୧୧ ଦିନ ଧରି ବରଗଡ଼ ଧନୁଯାତ୍ରା ଚାଲିବ ।